November 22, 2024

ସକାଳର ଖବର, ୧୮-ଅଗଷ୍ଟ-୨୦୨୩, ଶୁକ୍ରବାର*

Share

*╭──────────────────╮*
*🌄ସକାଳର ଖବର, ୧୮-ଅଗଷ୍ଟ-୨୦୨୩, ଶୁକ୍ରବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ ଲଗାଇ, ନଡିଆ ଭାଙ୍ଗି ସେନାରେ ସାମିଲ କଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ।

➡️୨-ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା l ପ୍ରତି ବର୍ଷ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସାଧାରଣ ନିର୍ବାଚନ ଲାଗି ଆସନ୍ତା ବର୍ଷ ଆଗୁଆ ଭାବେ ଫେବୃଆରୀରେ ପରୀକ୍ଷା ହେବ।

➡️୩-ବିଦେଶରେ ଶୋଭା ପାଇବ ଓଡିଶା କୀର୍ତ୍ତିରାଜି, ଏଣିକି ଆମେରିକା ଟାଇମ୍ସ ସ୍କୋୟାରରେ ଶୋଭା ପାଇବ କୋଣାର୍କ ଚକ l

➡️୪-ସୋଆରେ ୨୦ତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ, ଉଦଘାଟନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ l

➡️୫-ସେପ୍ଟେମ୍ବର ପହିଲାରୁ ହେବ ଟମାଟୋ କେଜି ୩୦ ଟଙ୍କା, NCMLଲର ପରିଚାଳନା ନିର୍ଦ୍ଦେଶକଙ୍କ ଦେଲେ ସୂଚନା l

➡️୬-ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ହେଲା ଅଲଗା ଏବଂ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଆଶା କରାଯାଉଛି।

➡️୭-ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ, ଜ୍ୟୋତି ପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ।

➡️୮-ଓଡ଼ିଶା ଗସ୍ତରେ ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ: ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ବିଷୟରେ ବୁଝିଲେ l

➡️୯-ଗତକାଲିର ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ । ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି l ଏହାର ପ୍ରଭାବ ରେ ଆଜି ୭ ଜିଲ୍ଲାରେ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ା ପ୍ରବଳ ବର୍ଷା ସମ୍ଭାବନା l

➡️୧୦-ରିଲିଜ୍‌ ହେଲା ଦକ୍ଷିଣ ଭାରତୀୟ ସୁପରଷ୍ଟାର ରବି ତେଜାଙ୍କ ଫିଲ୍ମ ‘ଟାଇଗର ନାଗେଶ୍ବର ରାଓ’ ର ଟିଜର୍‌ l ଭୟଙ୍କର ଅବତାରରେ ନଜର ଆସିଲେ ରବି ତେଜା l

➡️୧୧-RBI ଲଞ୍ଚ କଲା ଉଦ୍‌ଗମ ପୋର୍ଟାଲ୍‌, ଏଣିକି ସହଜରେ ଜାଣିହେବ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ଡିପୋଜିଟ୍‌ l

➡️୧୨-୧୦ ଲକ୍ଷ ସିମ୍‌ କାର୍ଡ ଡିଲରଙ୍କ ହେବ ପୋଲିସ୍‌ ଭେରିଫିକେସନ, ଉଲ୍ଲଘଂନ କଲେ ମୋଟା ଜରିମାନା l ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ l

➡️୧୩-ସୁପ୍ରିମକୋର୍ଟ କଲେଜିୟମର ସୁପାରିସ : ଶିବଶଙ୍କର ମିଶ୍ର, ଆନନ୍ଦଚନ୍ଦ୍ର ବେ‌ହେରା ହେବେ ହାଇକୋର୍ଟର ନୂଆ ବିଚାରପତି l

➡️୧୪-ବିଲ୍‌କିସ ବାନୋ ମାମଲାରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌, ଦୋଷୀଙ୍କୁ ମୁକ୍ତ ଉପରେ ଉଠାଇଲେ ପ୍ରଶ୍ନ l

➡️୧୫-ତାମିଲନାଡୁର ପେରମ୍ବଦୁରମ ପ୍ଲାଣ୍ଟରେ ଆଇଫୋନ୍-୧୫ ଉତ୍ପାଦନ କରିବା ଆରମ୍ଭ କଲା ଫକ୍ସନ କମ୍ପାନୀ l ଆସନ୍ତାମାସରେ ଅପଲ ଆଇଫୋନ୍‌-୧୫ ଲଞ୍ଚ୍ କରିବ।

➡️୧୬-ମାଲେସିଆରେ ଅବତରଣ ବେଳେ କାର ସହ ଧକ୍କା ହେଲା ବିମାନ, ୧୦ ମୃତ l

➡️୧୭-ଆଇଆଇଟି ଦିଲ୍ଲୀ ଏବଂ DRDO ନିର୍ମାଣ କଲେ ଦୁନିଆର ସବୁଠୁ ହାଲୁକା ବୁଲେଟ୍‌ପ୍ରୁଫ ଜ୍ୟାକେଟ୍ l ସ୍ନାଇପର ଗୁଳି ପାଇଁ ନିର୍ମିତ ଜ୍ୟାକେଟ୍ ମାତ୍ର ୯.୫ କିଲୋଗ୍ରାମ ଏବଂ ଏକେ୪୭ ପାଇଁ ନିର୍ମିତ ଜ୍ୟାକେଟ୍ ଓଜନ ୮.୨ କେଜି ରହିଛି ।

➡️୧୮-ଆଜିଠୁ ଆରମ୍ଭ ହେବ ଭାରତ-ଆୟର୍ଲାଣ୍ଡ୍‌ ମଧ୍ୟରେ ଶୃଙ୍ଖଳା l ନୂଆ ପିଢ଼ିର ଖେଳାଳିଙ୍କୁ ନେଇ ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଆଜିଠାରୁ ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ।

➡️୧୯-ଭାରତ ବନାମ ପାକିସ୍ତାନ ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କାରେ ଉତ୍ସାହ, ଟିକେଟ୍ ର ଦାମ୍ ହେଲା ଆକାଶଛୁଆଁ l ଷ୍ଟାଣ୍ଡିଂ ଟିକେଟ୍‌ର ମୂଲ୍ୟ ୨୫୦୦ ଟଙ୍କା ଥିବା ବେଳେ ଭିଆଇପି ଟିକେଟ୍‌ର ମୂଲ୍ୟ ୧୦ ହଜାର ଟଙ୍କା ଓ ଭିଭିଆଇପି ଟିକେଟ୍‌ର ଦାମ୍ ୨୫ ହଜାର ଟଙ୍କା ରହିଛି।

➡️୨୦-ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ହେଲେ ବାସନ୍ଦ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଦ୍ଵିତୀୟାରେ ଚନ୍ଦ୍ରଦର୍ଶନ ଓ ପୂଜା ll*
*🔅ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମୃତି ଦିବସ ll*
*🔅ଆଜି ଜନ୍ମ ନିୟନ୍ତ୍ରଣ ବଟିକା ଦିବସ ll*
*🔅ଆଜି ଜାତୀୟ ଆଇସ୍କ୍ରିମ୍ ପିଠା ଦିବସ ll*
*🔅ଆଜି ଖରାପ କବିତା ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*