July 19, 2026

ଜରଡ଼ା ରଥଦାଣ୍ଡ ଅଳିଆ ଆବର୍ଜନା କୁ ସଫେଇ କଲା ପଂଚାୟତ…

IMG-20260718-WA0123
Share

 

ଚିକିଟି

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ପାର୍ଥ ସାରଥୀ ଧାମରେ ଚଳିତ ରଥଯାତ୍ରାରେ ୫୦୦୦୦ ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରଥଦାଣ୍ଡ କୁଢ଼ କୁଢ଼ ଅଳିଆ ଆବର୍ଜନା ରେ ଭରପୂର ହୋଇ ରହିଥିଲା।ଭକ୍ତମାନେ ରଥ ଟାଣିବା ବେଳେ ହଜାର ହଜାର ସଂଖ୍ୟାରେ ନିଜ ଚପଲକୁ ଛାଡ଼ିଦେଇଥିବା ବେଳେ ଖଜା ,ଚଣା,ଦୀପ ସମେତ ବିଭିନ୍ନ ଅଳିଆ ପଡ଼ି ରଥ ଦାଣ୍ଡ ଅସନା ହୋଇ ପଡ଼ିରହିଥିଲା। ଆଜି ପଂଚାୟତ ତରଫରୁ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ରଥ ଦାଣ୍ଡରେ ରହୁଥିବା ବସ୍ ର ମଇଳା ଓ ଗୋ ପାଳକ ମାନେ ଖୋଲାରେ ଛାଡୁଥିବା ଗାଇ ଗୋରୁ ମାନଙ୍କ ଯୋଗୁଁ ରଥ ଦାଣ୍ଡ ଗୋବର ମୟ ସହ ପୁନଃଶ୍ଚ ଅଳିଆ ହେଉଥିବାରୁ ଏହି ସମସ୍ୟା ର ସମାଧାନ ପାଇଁ ପୋଲିସ୍, ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ଦୃଷ୍ଟି ଦେଇ ରଥ ଦାଣ୍ଡକୁ ସ୍ବଚ୍ଛତା ରଖିବା ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।  (ସୁଭଶ୍ରୀ ପ୍ରଧାନ )