July 19, 2026

ପବିତ୍ର ରଥଯାତ୍ରା ଅବସରରେ ପାରାଦ୍ଵୀପ ବିଜୁ ଜନତା ଦଳ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି

IMG-20260718-WA0118
Share

ପବିତ୍ର ରଥଯାତ୍ରା ଅବସରରେ ପାରାଦ୍ଵୀପ ବିଜୁ ଜନତା ଦଳ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି। ବନ୍ଦର ନଗରୀ ପାରାଦ୍ଵୀପ ରେ ପାରାଦ୍ଵୀପ ବନ୍ଦର ପକ୍ଷରୁ ଆୟୋଜିତ ହେଉଥିବା ରଥଯାତ୍ରା ରେ ପାଖାପାଖି ୩୦ ହଜାର ରୁ ଉର୍ଦ୍ଧ୍ୱ ଭକ୍ତ ଙ୍କ ସମାଗମ ହୋଇଥାଏ। ମ୍ୟୁନିସିପାଲଟି ର ୧୯ ଟି ଓ୍ବାର୍ଡ ସମେତ ଆଖପାଖ ପଞ୍ଚାୟତ ଓ ବିଭିନ୍ନ କମ୍ପାନୀ ର ଲୋକମାନେ ଏହି ରଥଯାତ୍ରାରେ ସାମିଲ ହେଉଥିବା ବେଳେ ସେମାନଙ୍କ ଖାଦ୍ୟ ର ବନ୍ଦୋବସ୍ତ ବିଜୁ ଜନତା ଦଳ ପକ୍ଷରୁ କରାଯାଉଛି। ସ୍ବର୍ଗତ ମହେନ୍ଦ୍ର ପରିଡ଼ା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରସାଦ ସେବନ ବ୍ୟବସ୍ଥା ରେ ବିଜେଡ଼ି ନେତା ବାପି ସାର୍ଖେଲ ଯୋଗ ଦେଇ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି। ପ୍ରବଳ ବର୍ଷା ସତ୍ବେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଏଠାକୁ ଆସୁଥିବା ଭକ୍ତମାନେ ଭୋକରେ ନ ରହିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବାପି ସାର୍ଖେଲ ପ୍ରକାଶ କରିଛନ୍ତି।

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )