କାଠଡେରା ଗୁଣ୍ଡିଚା ଧାମରେ ସ୍ବଚ୍ଛତା ଅଭିଯାନ
ଅତାବିରା ୧୮/୦୭ (ସୁରେନ୍ଦ୍ର କଠାର)
: ଅଦ୍ୟ ତା ୧୮/୦୭/୨୦୨୬ ଶନିବାର ଦିନ ଗୁଣ୍ଡିଚା ଧାମ କାଠଡେରା ରେ ଲଚିଦା ଜ୍ଞାନ ବିହାର ଉଚ୍ଚ ବିଦ୍ୟାଳୟ ଓ ହିର୍ଲିପାଲି ଉଚ୍ଚ ବିଦ୍ୟାଳୟ ର ସ୍କାଉଟ୍ ଗାଇଡ୍ ଛାତ୍ର ଛାତ୍ରୀ ମାନେ ସ୍ବଚ୍ଛତା ଅଭିଯାନ କରିଥିଲେ । ଲଚିଦା ଉଚ୍ଚ ବିଦ୍ୟାଳୟ ର ପିଇଟି ଶିକ୍ଷକ ରମେଶ ସେଠ୍ ଏବଂ ହିର୍ଲିପାଳି ଉଚ୍ଚ ବିଦ୍ୟାଳୟ ର ପିଇଟି ଶିକ୍ଷକ ପ୍ରତାପ ଗଡତିୟାଙ୍କ ତତ୍ବାବଧାନରେ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପ୍ରାତଃ ୭ ଟା ରୁ ଆସି ଦିନ ୧୧ ଟା ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣ, ରଥଦାଣ୍ଡ, ମନ୍ଦିର ଭିତର, ମୀନାବଜାର୍ ପଡ଼ିଆ ରେ ସଫେଇ କରିବା ସହ ଅଳିଆ ଆବର୍ଜ୍ଜନା କୁ ନିଷ୍କାସିତ କରିଥିଲେ । ଲଚିଦା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁକେଶ ପଧାନ, ଶିକ୍ଷକ ରମେଶ ପଧାନ, ଗିରିଧାରୀ ସାହୁ, ଛାୟାକାନ୍ତ ପଧାନ, ଅଲେଖ ମାଝୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରେରଣା ଦେଇଥିଲେ । ଦୀର୍ଘ ୨୫ ବର୍ଷ ହେଲା ପ୍ରତ୍ୟେକ ବର୍ଷ ବିଦ୍ୟାଳୟର ଛାତ୍ର ଛାତ୍ରୀ କାଠଡେରା ରଥଯାତ୍ରା ରେ ସେବା ଯୋଗାଇ ଆସୁଛନ୍ତି । ରଥଯାତ୍ରା ପରିଚାଳନା କମିଟି ର ସମ୍ପାଦକ ଅଜିତ୍ କୁମାର୍ ପତି ଆରମ୍ଭ ରୁ ଶେଷ ପର୍ୟ୍ୟନ୍ତ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
