May 14, 2026

ଉମରକୋଟ ରେ ମାଁ ପେଣ୍ଡ୍ରାଣୀ ନୂତନ ଇଲେକ୍ଟ୍ରିସିଆନ ଓ ପ୍ଲମ୍ବର ସଙ୍ଘ ଗଠିତ…………

IMG-20240718-WA0016
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକର କାର୍ଯ୍ୟରତ ଇଲେକ୍ଟ୍ରିସିଆନ ଓ ପ୍ଲମ୍ବର ମାନଙ୍କ ଦ୍ୱାରା ଏକ ନୂତନ ସଂଘ ଗଠିତ ହୋଇଯାଇଛି। ମାଁ ପେଣ୍ଡ୍ରାଣୀ ଇଲେକ୍ଟ୍ରିସିଆନ ଓ ପ୍ଲମ୍ବର ସଙ୍ଘ ନାମରେ ଏହି ସଙ୍ଘ ଗଠିତ ହୋଇଛି। ବ୍ଲକର ସମସ୍ତ ଇଲେକ୍ଟ୍ରିସିଆନ ଓ ପ୍ଲମ୍ବର ମାନଙ୍କୁ ନେଇ ପୌରାଞ୍ଚଳର ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା। ବିଭିନ୍ନ ସମୟରେ କାର୍ଯ୍ୟରତ ଇଲେକ୍ଟ୍ରିସିଆନ ଓ ପ୍ଲମ୍ବର ମାନେ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ଏହି ସଂଘ ଜରିଆରେ ସମସ୍ୟାକୁ ସମାଧାନ କରାଯିବ ବୋଲି ସଦସ୍ୟ ମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି। ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ମୋତିଲାଲ ଗୌଡ, ଉପସଭାପତି ଭାବେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ସଂପାଦକ ଗଣେଶ ଜେନା , ସହ ସମ୍ପାଦକ ମୁରଲୀଧର କଲାର , କୋଷାଧ୍ୟକ୍ଷ ଜୀତେନ୍ଦ୍ର ପାଣ୍ଡେ ମନୋନିତ ହୋଇଥିଲା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ରାମଲାଲ ସାହୁ, ସହଦେବ ପାଢୀ, ସୁବ୍ରତ ବିଶ୍ବାସ, ମୋହନ ସମରଥ , ଉପାସୁ କୁମ୍ଭାର, କେଶବ ହରିଜନ, ଶ୍ରୀଧର ହରିଜନ, ରମେଶ ନାଗ, ସନ୍ୟାସୀ ଗଉଡ , ତ୍ରିଲୋଚନ ସିଂ , ଗିରିଧର ପାଣ୍ଡେ, ପ୍ରଦୀପ ବାରିକ ଙ୍କୁ ମନୋନିତ କରାଯାଇଛି ।

କାମ କରୁଥିବା ସମୟରେ କୌଣସି ଅସୁବିଧା ହେଲେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ଅଧିକ ଆଲୋଚନା ସହ ସଂଘର ପଞ୍ଜୀକରଣ କରିବା ପାଇଁ ବାଇଲା ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା।