April 25, 2026

କୁକୁଡ଼ାଖଣ୍ତି ବ୍ଲକର ଅମଲା ସଂଘର ଦାବି ପତ୍ର

IMG-20230518-WA0004
Share

କୁକୁଡ଼ାଖଣ୍ତି ବ୍ଲକର ଅମଲା ସଂଘର ଦାବି ପତ୍ର

 

କୁକୁଡ଼ାଖଣ୍ତି ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସଂଘର ମିଳିତ ମଞ୍ଚ ପକ୍ଷରୁ ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେରେ ଗୁରୁବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ୱାଇଁଙ୍କ ପ୍ରଦାନ କରିଛନ୍ତି। ଜିଲାସ୍ତରରେ କାର୍ଯ୍ୟରତ ସମସ୍ତ ଅମଲାଙ୍କୁ ଯୋଗ୍ୟତା ଭିତ୍ତିରେ ଗ୍ରେଡ୍‌ ପେ’ ୪,୨୦୦ ପ୍ରଦାନ କରିବା ଲାଗି ଦାବି କରିଛନ୍ତି। ଏହି ଦାବିକୁ ସରକାର ତୁରନ୍ତ ଗୁରତର ସହ ବିଚାରକୁ ନେଇ ଆସନ୍ତା ୨୧ତାରିଖ ସୁଦ୍ଧା ପଦକ୍ଷେପ ନ ନେଲେ ୨୨ତାରିଖଠାରୁ ସମସ୍ତେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବା ସହ ଜୁନ୍‌ ୧ ତାରିଖଠାରୁ ସମୂହ ଛୁଟିରେ ରହିବା ଲାଗି ଚେତାବନୀ ଦେଇଛନ୍ତି। ଏଥିରେ ସାହେବ ଶବର,ପି ଏସ.ରଜନୀକାନ୍ତ, ସୁବାଷ ଗମାଙ୍ଗ, ଅହଲ୍ୟା ଭୂୟାଁ, ଭାବନା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ