April 24, 2026

ଉମରକୋଟ ହାଇଟେକ କମ୍ପ୍ୟୁଟର ତାଲିମ କେନ୍ଦ୍ର ଦ୍ୱାରା OKCL ର ପ୍ରଚାର-ପ୍ରସାର ରଥର ଶୁଭାରମ୍ଭ…………

IMG-20260418-WA0046
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହରର ମେଡିକାଲ ରୋଡ ଠାରେ ଥିବା ହାଇଟେକ କମ୍ପ୍ୟୁଟର ତାଲିମ କେନ୍ଦ୍ର ଦ୍ୱାରା OKCL (Odisha Knowledge Corporation Limited) ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଭାଇସ ପ୍ରିନସିପାଲ ଶ୍ରୀ ପ୍ରଦୀପ କୁମାର ବର୍ମନ ଯୋଗ ଦେଇ ବିଧିବଦ୍ଧ ଭାବେ ପ୍ରଚାର ପ୍ରସାର ରଥ କୁ ରିବନ କାଟି ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ ସମୟରେ ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ପଙ୍କଜ ଲୋଚନ ମିଶ୍ର, ଅତିଥି ଭାବେ ପ୍ରତିଦିନ ଦୈନିକ ଖବରକାଗଜ ର ସମ୍ବାଦଦାତା ପ୍ରମୋଦ କୁମାର ରଥ, ପ୍ରମେୟ ଖବରକାଗଜ ର ସମ୍ବାଦଦାତା ନିରଞ୍ଜନ ବେହେରା, ମହାଭାରତ ଖବରକାଗଜ ର ସମ୍ବାଦଦାତା ମୋନାଜ ନାୟକ, ହାଇଟେକ କମ୍ପ୍ୟୁଟର ତାଲିମ କେନ୍ଦ୍ରର ମୁଖ୍ୟ ପରିଚାଳକ ସୌରଭ ମିଶ୍ର ସହ ଅନୁଷ୍ଠାନ ର ତାଲିମଦାତା ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ। ଏ ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ କମ୍ପ୍ୟୁଟର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଏହି ପ୍ରଚାର ରଥର ଶୁଭାରମ୍ଭ ହୋଇଛି ଯ ଦ୍ୱାରା OKCL ର ପ୍ରଚାର ରଥ ମାଧ୍ୟମରେ ଗ୍ରାମଞ୍ଚଳ ଓ ସହରାଞ୍ଚଳ ରେ ଯୁବ ପିଢିଙ୍କୁ ଡିଜିଟାଲ ଶିକ୍ଷାର ଗୁରୁତ୍ୱ, ରୋଜଗାର ସୃଷ୍ଟିର ସୁଯୋଗ ଓ ବିଭିନ୍ନ ପ୍ରଶିକ୍ଷଣ କୋର୍ସ ବିଷୟରେ ସଚେତନ କରାଯିବ। ବିଶେଷକରି ଯୁବପିଢ଼ୀଙ୍କୁ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରିତ କରାଯିବ ବୋଲି କୁହାଯାଇଛି। l ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀ ମିଶ୍ର କହିଛନ୍ତି କମ୍ପ୍ୟୁଟର ଶିକ୍ଷାର ପ୍ରଚଳନ ପାଇଁ ଓଡ଼ିଶା ସରକାର ଙ୍କ ଦ୍ଵାରା ପ୍ରଚଳନ ହୋଇଥିବା OSCIT ର ଏକ ଅଭିନବ ପ୍ରୟାସକୁ ଆଗେଇ ନେଇ ଆଗାମୀ ଦିନରେ ଯୁବ ପିଡି କିପରି ସ୍ୱଳ୍ପ ମୂଲ୍ୟରେ ସୁଲଭ ଶିକ୍ଷା ଲାଭ କରିବା ସହ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ ଏହାର ମୁଖ୍ୟ ଉଦେଶ୍ୟ

You may have missed