April 24, 2026

ବିରିତୋଳ ହନୁମାନଜୀୟୁ ଙ୍କ ପୀଠରେ ବିଶ୍ଵଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି

IMG-20260418-WA0044
Share

       ତିର୍ତ୍ତୋଲ ତା 17/4/2026 ତିର୍ତ୍ତୋଲ ବ୍ଲକ, ବିରିତୋଳ ଗ୍ରାମର ବେହେରାଛକ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପୀଠରେ ଗତ ଏପ୍ରିଲ 14 ତାରିଖ ମହାବିଷୁବ ପଣାସଂକ୍ରାନ୍ତି, ହନୁମାନଜୟନ୍ତୀ ଉପଲକ୍ଷେ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ଗତ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି l ପ୍ରଥମଦିନ ପୁଣ୍ୟତୋୟା ହଂସୁଆନଦୀ ଘାଟରୁ ଏକ ବର୍ଣ୍ଣl ଢ୍ୟ କଳସ ଶୋଭାଯାତ୍ରା ବାହାରି, ପୀଠସ୍ଥଳି ଓ ଯଜ୍ଞମଣ୍ଡପରେ ସ୍ଥାପନ କରାଯିବା ପରେ, ପ୍ରତିଦିନ ଏହି ଉପଲକ୍ଷେ ଶ୍ରୀଜୀୟୁ ଙ୍କ ମାର୍ଜନା, ଗୋପୂଜା, ସୂର୍ଯ୍ୟପୂଜା, ଷୋଡଶଉପଚାର ପୂଜା, ଯଜ୍ଞ ରେ ଆହୁତି ପ୍ରଦାନ, ନାମସଂକୀର୍ତ୍ତନ, ଭଜନସମାରୋହ ଓ ହନୁମାନଚାଳିଶା ପାଠ ଆଦି ବୈଦିକ ଵିଧିବିଧାନରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଆଚାର୍ଯ୍ୟ ସୁଧୀର କୁମାର ଦାଶ, ଆଚାର୍ଯ୍ୟ ସମୀରକାନ୍ତ ଦାଶ ଙ୍କ ପୌରାହିତ୍ୟରେ ପୁସ୍ତକାଚାର୍ଯ୍ୟ ମନୋରଞ୍ଜନ ଦାଶ ଓ ଅମରରଞ୍ଜନ ପଣ୍ଡା ଙ୍କ ସମେତ ସହଯୋଗୀ ଆଚାର୍ଯ୍ୟ ସୌମ୍ୟ ରଞ୍ଜନ ଦାଶ ଓ ସାରଦା ତ୍ରିପାଠୀ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ l ସୁଦର୍ଶନ ବିଶ୍ୱାଳ ଓ ଦୀପ୍ତିପ୍ରଭା ବିଶ୍ୱାଳ କର୍ତ୍ତା କର୍ତ୍ତୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ସମସ୍ତଗ୍ରାମବାସୀ ଓ ଆଞ୍ଚଳିକ ଭକ୍ତସମାଜ ଏଥିରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed