April 23, 2026

ଉମରକୋଟ ବ୍ଲକ୍ ରେ ଶାଶ୍ୱତ ଟପ୍ପର ସି ବି ଏସ ଇ ର ଦଶମ ପରୀକ୍ଷାରେ……

IMG-20260418-WA0047
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଦଶମ ପରୀକ୍ଷା ରେ ଉମରକୋଟ ବ୍ଲକ୍ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଶ୍ରୀମାନ୍ ଶାଶ୍ୱତ ପଟନାୟକ ମୋଟ ୯୭.୪ ଶତକଡା ମାର୍କ ରଖି ଉମରକୋଟ ବ୍ଲକ୍ ଟପ୍ପର ହୋଇଛନ୍ତି । ଏଥି ପୂର୍ବରୁ ଶାଶ୍ୱତ କୌନ ବନେଗା କରୋଡପତି ଭଳି ଜାତୀୟ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଉମରକୋଟ ର ନାମ କୁ ଜାତୀୟ ସ୍ତର ରେ ପହଞ୍ଚାଇବା ସହ , ରାଜ୍ୟ ସ୍ତରୀୟ କୁଇଜ୍ ରେ ପ୍ରଥମ୍ ଓ ବିଜ୍ଞାନ ସେମିନାର ରେ ମଧ୍ଯ କୃତିତ୍ୱ ଅର୍ଜନ କରିଛନ୍ତି।ଉମରକୋଟ ଭଳି ଏକ ଉପାନ୍ତ ଅଞ୍ଚଳରେ ପାଠ ପଢ଼ି ଏହି ସଫଳତା ହାସଲ କରିଥିବା ହେତୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ଶ୍ରୀମାନ୍ ଶାଶ୍ୱତ ବାକୋଦା ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପିକା ତୁଶାରୀ ପଟ୍ଟନାୟଙ୍କ ଙ୍କ ପୁଅ ଏବଂ ପୂର୍ବତନ ରାଜସ୍ୱ ନିରୀକ୍ଷକ ଶ୍ରୀ ଭରଦରାଜ ପଟ୍ଟନାୟକ ଙ୍କ ନାତି ଅଟନ୍ତି।