April 23, 2026
ajiro khabar
Share

 

ଆଜି ପାଗ ମୁଖ୍ୟତଃ ମେଘୁଆ ରହିବ, ତାପମାତ୍ରା ୩୭° ଓ ୨୪° ରହିବ। ତିନି ଦିନ ପର୍ଯ୍ୟନ୍ତ ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ

 

ଆଗାମୀ ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ପରବର୍ତ୍ତୀ ତିନି ଦିନ ସ୍ଥିର ରହିବ।

 

ଟିଟିଲାଗଡ଼ ତାପମାତ୍ରା ୪୩.୭ ଡିଗ୍ରି, ଝାରସୁଗୁଡ଼ା ୪୩.୬, ଭବାନୀପାଟଣାରେ ୪୨.୫, ବଲାଙ୍ଗୀର, ସମ୍ବଲପୁର ୪୨.୨, ରାଉରକେଲା ୪୧.୬, ବରଗଡ଼ ୪୦.୪, ତାଳଚେରରେ ୪୦।

 

ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ଭିତରକୁ ମୋବାଇଲ୍ ଯାଇ ଉଠିଲା ଫଟୋ। ପୁଣି ସୁରକ୍ଷା ଢିଲା।

 

ଗ୍ରୀଷ୍ମ ପ୍ରବାହ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଆଜିଠାରୁ ବନ୍ଦ ରହିବ।

 

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି। ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ବିଶେଷ ହେବ।

 

ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କରାଯାଇଛି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଜଣାଇଥିଲେ।

 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ସ୍ୱତନ୍ତ୍ର ପରାମର୍ଶାବଳୀ ଜାରି ହୋଇଛି।

 

ଭୁବନେଶ୍ୱର ଲୋକସେବା ଭବନରେ ସୁରକ୍ଷା ଢିଲା। ଏସି ଚୋରି, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।

 

ନୂଆପଡାରେ ଅଙ୍ଗନବାଡି ସହାୟିକାଙ୍କୁ ଜାତିଗତ ଭେଦଭାବ ଅଭିଯୋଗରେ ଗ୍ରାମବାସୀଙ୍କ ବାସନ୍ଦ।

 

ଜଗତସିଂହପୁର ରେ କ୍ରିପ୍ଟୋ କଏନ୍ ଟ୍ରେଡିଂରେ ୨୫.୭୬ ଲକ୍ଷ ଟଙ୍କା ଠକେଇ, ଡଲାର ମେସେଜ୍ ପଠାଇ ପର୍ସେଣ୍ଟେଜ ନେଇ ଯାଉଥିଲା ଠକ।

 

ଝାରସୁଗୁଡ଼ାରେ ତେଲ ସଙ୍କଟ। ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଛନ୍ତି ବାଇକ ଓ କାର ଚାଳକ। ଯେଉଁଠି ମିଳୁଛି ସେଠାରେ ଗୋଟିଏ ଲିଟର ତେଲ ଦେଉଛନ୍ତି।

 

ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆକ୍ରମଣରେ ଯୁବକ ମୃତ। କ୍ଷତିପୂରଣ ଦାବିରେ ନୟାଗଡ଼-ପୁରୀ ନୂଆ ଜଗନ୍ନାଥ ରାସ୍ତା ଅବରୋଧ।

 

କେନ୍ଦୁଝରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଲେଡିଜ୍ ମେସ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।

 

ଭୁବନେଶ୍ୱର ଇନଫୋଭ୍ୟାଲିରେ ନିଜ ଅପହରଣ ନାଟକ ରଚିଥିଲେ ବିଟେକ୍‌ ଛାତ୍ର। ଘର ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଆଦାୟ ଯୋଜନା।

 

କଟକ ସାଲେପୁର ପୋଲିସ ଅନ୍ତଃ-ଜିଲ୍ଲା ଚୋରି ଗ୍ୟାଙ୍ଗକୁ ଧରିଲେ। ୧୦ ଜଣଙ୍କୁ ଗିରଫ, ୧.୪୦ କୋଟି ଟଙ୍କାର ସୁନା ଏବଂ ନଗଦ ଟଙ୍କା ଜବତ।

 

ରାଜଧାନୀ ଉପକଣ୍ଠରେ ଦୁଇଟି ବେଆଇନ କାଠ ମିଲ୍ ଉପରେ ଭିଜିଲାନ୍ସ ଚଢ଼ାଉ। ପ୍ରାୟ ୧୯ ଲକ୍ଷ ଟଙ୍କାର କାଠ ଏବଂ ଯନ୍ତ୍ରପାତି ଜବତ।

 

ଭୁବନେଶ୍ୱର ଏୟାରଫିଲ୍ଡ ଅଞ୍ଚଳରେ ଘରୋଇ କଳିରୁ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ।

 

ସମ୍ବଲପୁର ଅବକାରୀ ବିଭାଗରେ ପ୍ରାୟ ୩.୬୭ କୋଟି ଟଙ୍କାର ଆର୍ଥିକ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

 

ଭଦ୍ରକ ସ୍ଵୟଂଶାସିତ ମହିବିଦ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇକୁ ନେଇ ପ୍ରତିବାଦ, ଗଣଧାରଣା।

 

🇳🇪

ମହିଳା ସଂରକ୍ଷଣ ବିଲକୁ ପୁଣି ଝଟ୍‌କା। ସଂସଦରେ କାଟ୍‌ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍‌।

 

ଦୁର୍ବଳ ଅର୍ଥନୀତି ଯୋଗୁଁ କଷ୍ଟମରେ ୫ ଟନ ସୁନା ଓ ୮ ଟନ ରୂପାକୁ ଅଟକାଇଛନ୍ତି କେନ୍ଦ୍ର ସରକାର। ସେଥିପାଇଁ ଦାମ ବଢିବ।

 

ତୃତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହରିବଂଶ ନାରାୟଣ।

 

ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ଖପିଆ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଏବଂ ଟିଏସ୍‌ପିସି ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୪ ମୃତ।

 

ତେଲେଙ୍ଗାନା ସର୍ଭେରେ ଆଶ୍ଚର୍ଯ୍ୟଜନକ ରିପୋର୍ଟ, ୧୨ ଲକ୍ଷ ଲୋକେ ‘ଜାତି ନାହିଁ’ ବର୍ଗରେ ଅଛନ୍ତି। ପଚାରିଲେ କୁହନ୍ତି “ଜାତି ନାହିଁ”

 

ଟିଏମ୍‌ସି ତୃଣମୂଳ ବିଧାୟକଙ୍କ କୋଲକାତା ଘରେ ଆୟକର ଚଢ଼ଉ। ବିଜେପିର ହୀନ ରାଜନୀତି ବୋଲି କହିଲେ ବିରୋଧୀ।

 

ଟିସିଏସ୍‌ ନାସିକ୍‌ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ଜାତୀୟ ମହିଳା ଆୟୋଗ- ନାସିକ୍‌ ବିପିଓ ଯିବ ଜାତୀୟ ମହିଳା ଆୟୋଗ ଟିମ୍।

 

ରାହୁଲଙ୍କ ନାଗରିକତ୍ୱକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ।

 

ଦୀର୍ଘ ଦିନର ଅବରୋଧ ପରେ ଖୋଲିଲା ହର୍ମୁଜ ପ୍ରଣାଳୀ। ବିନା ବାଧାରେ ଏଣିକି ଯାଇପାରିବ ତେଲ ଜାହାଜ।

 

ଇଣ୍ଡୋନେସିଆରେ ହେଲିକପ୍ଟର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ଘଞ୍ଚ ଜଙ୍ଗଲରୁ ଉଦ୍ଧାର ହେଲା ଭଗ୍ନାବଶେଷ ଓ ମୃତଦେହ।

 

====================

ଆଜି ବିଶ୍ୱ ହେରିଟେଜ (କୀର୍ତ୍ତିରାଜି) ଦିବସ

ଆଜି ଜିମ୍ବାୱେ ସ୍ଵାଧିନତା ଦିବସ

 

ଆଜି ଜନ୍ମଦିନ: ଲଳିତା ପାୱାର, ପୁନମ ଧିଲନ

 

ତିରୋଧାନ: ସଂଗ୍ରାମୀ ତାନ୍ତିଆ ଟୋପେ, ଆଲବର୍ଟ ଆଇନଷ୍ଟାଇନ

 

ଇତିହାସରେ ଆଜି ଦିନ:

(୧୯୯୪) ବ୍ରାଏନ ଲାରା ୩୭୫ ରନ ସ୍କୋର କଲେ/ (୨୦୦୧) ଭାରତୀୟ ସୀମାରେ ପଶି ୧୬ ସେନାଙ୍କୁ ମାରିଲେ ବାଙ୍ଗଲାଦେଶୀ

====================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

You may have missed