April 24, 2026

ଜିଲ୍ଲା ମହୋତ୍ସବ ଅବସରରେ ଯୋଗ ଶିବିର ଆୟୋଜନ

IMG-20260418-WA0019
Share

 

 

ଅନୁଗୋଳ,୧୮.୦୪ : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ମହୋତ୍ସବ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହେଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୋଗ ଗୁରୁ ଶ୍ରୀ ଅଭୟ ରାୟ, ଶ୍ରୀ ସୁବୋଧ ମିଶ୍ର, ଶ୍ରୀ ଅମୀୟ କର, ଶ୍ରୀମତୀ ସଂଯୁକ୍ତା ପାଲ୍, ଶ୍ରୀ ପ୍ରମୋଦ ପ୍ରଧାନ, ଶ୍ରୀ ଚନ୍ଦ୍ର ଶେଖର ମହାନ୍ତି, ଶ୍ରୀ ସର୍ବେଶ୍ୱର ପାଲ୍ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ,ବିଭିନ୍ନ ଯୋଗ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଶିବିରରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଗୁରୁ ଅଭୟ ରାୟଙ୍କ ପରାମର୍ଶରେ ଯୋଗାସନ କରିଥିଲେ, ଏହା ସହିତ ଯୋଗର ଉପକାରିତା ସମ୍ପର୍କରେରେ ଆଲୋକପାତ କରିଥିଲେ,ଏହି ଯୋଗ ଶିବିର ୧୯ ଏପ୍ରିଲ୍ ପର୍ଯ୍ୟନ୍ତ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ କରାଯିବ।ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଯୋଗ ଶିବିରରେ ଯୋଗଦାନ କରିଥିବା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ୍ ଅର୍ପଣ ଜଣାଇଥିଲେ।

You may have missed