April 24, 2026

୨୯ତମ ବିଜୁ ପଟ୍ଟନାୟକ ତିରଧାମ ଦିବସ ପାଳିତ

IMG-20260418-WA0008
Share

 

ତାଳଚେର, ୦୧/୦୪ ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୨୯ ତମ ତିରୋଧାନ ଦିବସ ଆଜି ବଡ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସର ଉପଲକ୍ଷେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସକାଳ ୯ ଘଟିକା ସମୟରେ ତାଳଚେର ଟାଉନ ଜଗନ୍ନାଥ ମନ୍ଦିର ଠାରେ ପୂଜା ଅର୍ଚନା କରିବା ପରେ ବ୍ରାହ୍ମଣୀ ନଦୀକୂଳେ ସାମୁହିକ ତିଳତର୍ପଣ କରି ସେଠାରୁ ବିରାଟ ପଟୁଆର ସହ ସହର ପରିକ୍ରମା କରି ତାଳଚେର ବସଷ୍ଟାଣ୍ଡ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାପରେ ତାଳଚେର ମେଡିକାଲକୁ ଯାଇ ରୋଗୀ ମାନଙ୍କ ଭଲମନ୍ଦ ବୁଝିବା ସହ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।ପରେ ତାଳଚେର ପୌରପରିଷଦ ତିନି ନମ୍ବର ୱାର୍ଡ ସ୍ଥିତ ଅମ୍ବଲାପଡା ସଂସ୍କୃତିଭବନ ଠାରେ ୧୦.୩୦ ଘଟିକା ସମୟରେ ସମୂହ ଦ୍ବୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ତାଳଚେରର ସମସ୍ତ ଜୋନର ଜିଲ୍ଲା ପରିଷଦ, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ପଞ୍ଚାୟତ ସଭାପତି,ତାଳଚେର ପୌରାଞ୍ଚଳ ୱାର୍ଡ଼ କାଉନସିଲର, ଯୁବ,ଛାତ୍ର ମହିଳାଙ୍କ ସମେତେ ବିଜୁଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ।

You may have missed