April 30, 2026

ଗଜପତି:- ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସର ଦାଶରଥି ଗମାଙ୍ଗ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କଲେ …

upn
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମେଳନ କକ୍ଷ ଠାରେ ଆଜି ଗଜପତି ଜିଲ୍ଲାର ଅନ୍ୟତମ ସଂରକ୍ଷିତ ବିଧାନସଭା ଆସନ “ମୋହନା” ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୂର୍ବତନ ତଥା ଗତ ଥରର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ରିକ୍ରୁମେଣ୍ଟ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସଙ୍କ ଠାରେ ତାଙ୍କର ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କରିଛନ୍ତି ।
ବିଧାୟକ ପ୍ରାର୍ଥୀ ଶ୍ରୀ ଗମାଙ୍ଗ ତାଙ୍କର ହଜାର ହଜାର ସମର୍ଥକଙ୍କ ଗହଣରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ମୋହନା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପାତ୍ର ଦାଖଲ କରିଥିଲେ।
ଏହି ଅବସରରେ ବିଧାୟକ ପ୍ରାର୍ଥୀ ଶ୍ରୀ ଦାଶରଥି ଗମାଙ୍ଗ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ ଯେ , ମୋହନା ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ମୋର ଭଗବାନ ଓ ଇଶ୍ୱର । ସେମାନେ ପୁଣିଥରେ ମୋହନା ଆସନରୁ ବିଧାୟକ ଭାବେ ଦାଶରଥି ଗମାଙ୍ଗଙ୍କୁ ଜିତାଇବେ ବୋଲି ମୋର ଆଶା ।
ଇତି ମଧ୍ୟରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ୯ ଗୋଟି ସମସ୍ତ ବର୍ଗର ଲୋକଙ୍କ ପାଇଁ ନିଶ୍ଚିତ ଯୋଜନା ରହିଛି ଯେ , ନିର୍ବାଚନରେ କଂଗ୍ରେସ ଜିତିଲେ ଲୋକଙ୍କ ପାଇଁ କଣ ବ୍ୟବସ୍ଥା କରିବେ । ମହିଳା ମାନଙ୍କ ସମେତ ଶିକ୍ଷିତ ବେକାରଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା , କୃଷକଙ୍କ କୃଷି ଋଣ ଛାଡ ଓ ବୋନସ , ଏସଏଚଜି: ମହିଳାଙ୍କ ଋଣଛାଡ଼ , ବିଦ୍ୟୁତ୍ ୨୦୦ ୟୁନିଟ ପର୍ଯ୍ୟନ୍ତ ଛଡ଼ା , ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ଏଭଳି ବିଭିନ୍ନ ବ୍ୟବସ୍ଥା ରହିଛି । ଏହି ସବୁ ଯୋଜନା ଆଧାରକୁ ନେଇ ଲୋକେ କଂଗ୍ରେସକୁ ପସନ୍ଦ କରି ବିପୁଳ ସଂଖ୍ୟାରେ ଭୋଟ ଦେଇ ଯିତାଇବେ । ତେଣୁ ଏହି ନିର୍ବାଚନରେ ଆମେ ନିର୍ବାଚିତ ହେବା ନେଇ ଆମେ ଆଶାବାଦୀ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ଦାଶରଥି ଗମାଙ୍ଗ
ତାଙ୍କ ସହିତ ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ ପଣ୍ଡା , ବରିଷ୍ଠ ନେତା ସଞ୍ଜୟ ଅଧିକାରୀ , କୁନା ମାଝୀ ଏବଂ ଯୁବନେତା ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବ୍ଲକ ଅଞ୍ଚଳର ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି )

You may have missed