April 30, 2026

୨୦ରୁ ସର୍ବ ଭାରତୀୟ ଭଲିବଲ୍ ଟୁର୍ଣାମେଣ୍ଟ

alld
Share

 

ହାଟଡିହୀ: ୧୮/୪ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ସ୍ଵଗର୍ତ ସଂଗ୍ରାମ କେଶରୀ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ୟ ସର୍ବ ଭାରତୀୟ ସଂଗ୍ରାମ ଜେନା ମେମୋରିଆ ଭଲିବଲ୍‌ ଟୁର୍ଣାମେଣ୍ଟ ଆସନ୍ତା ୨୦ ଓ ୨୧ ତାରିଖରେ ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ନିକଟସ୍ଥ ପଡିଆରେ ଅନୁଷ୍ଠିତ ହେବ। ଏହି ଟୁର୍ଣାମେଣ୍ଟରେ ପୁଲ ଏରେ ଇଷ୍ଟି କୋଷ୍ଟ ରେଲିଓ ଭିସାକାପଟନମ, ଇଷ୍ଟର୍ଣ୍ଣ କ୍ଲବ କୋଲକାତା, ଛତିଶଗଡ ପୁଲିସ ଦଳ ଥିବା ବେଳେ ପୁଲବିରେ ଶୁର୍ଯ୍ୟଶିଖା ଭଦ୍ରକ, ରେନବୋ କ୍ଲବ ଭୁବନେଶ୍ଵର, କିଟ୍ ବିଶ୍ଵ ବିଦ୍ୟାଳୟ ଭୁବନେଶ୍ଵର ଭଳି ଦଳ ରହିଛନ୍ତି । ଏହି ଖେଳକୁ ଶୃଙ୍ଖଳିତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକରେ ପଦ୍ମନାଭ ସାମଲ, ଚିତ ରଞ୍ଜନ ପାତ୍ର, ଅମିୟ ନାୟକ, ଧବଳେଶ୍ଵର ପଟ୍ଟନାୟକ, ସୁଧାକର ଓଝା, ଦେବାଶିଷ ବାରିକ, ଲିଟୁ ରାଉତଙ୍କ ସମେତ ସଂଗ୍ରାମ ସେନାର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
(ଆନନ୍ଦପୁର ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)

You may have missed