April 18, 2025
Share

 

ହାଟଡିହି, ୧୮/୪: ହାଟଡିହି ବ୍ଳକ୍ କେ. ବାଲିପାଳ ପଞ୍ଚାୟତରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଆନନ୍ଦପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ଯୋଗଦେଇ କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଆଗାମୀ ନିର୍ବାଚନରେ ସମସ୍ତ କର୍ମୀ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ । ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ । ହଦଗଡ଼ ପଞ୍ଚାୟତ ସଭାପତି ଟିକନ ଜେନା ସଭା ପରିଚାଳନା କରିଥିଲେ। ଆନନ୍ଦ ପଧୁରିଆ, ପୀତାମ୍ବର ସାହୁ, ହଳଧର ସାହୁ, ବାଳକୃଷ୍ଣ ମଲିକ, ହରିଶ୍ଚନ୍ଦ୍ର ଜେନା, ମକର ନାଇକ, ରମା ନାଇକ, ଦୁର୍ଗା ମୁର୍ମୁ, ରମାକାନ୍ତ ନାଇକ, ଗୟାଧର ଦିଅ, ଶାନ୍ତନୁ ଖଣ୍ଡେଇ, ପ୍ରିୟବ୍ରତ ନାଇକ, ପ୍ରବୀଣ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
(ଆନନ୍ଦପୁର ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ୍)

You may have missed