ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟିତ

cut
Share

 

ବେଲଗୁଣ୍ଠା, 18/04, ଆଜି ସନ୍ଧ୍ୟା ସାତ ଘଣ୍ଟା ସମୟରେ ଆସିକା ଲୋକସଭା ସାଂସଦ ପ୍ରାର୍ଥିନୀ ଡ.ରଞ୍ଜିତା ସାହୁ, ସୋରଡ଼ା ବିଧାୟିକା ପ୍ରାର୍ଥିନୀ ସଂଘମିତ୍ରା ସ୍ୱାଇଁ ଏବଂ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ବେଲଗୁଣ୍ଠା ବଡ଼ ଦାଣ୍ଡରେ ବିଜେଡ଼ି କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ପୂର୍ବତନ ନଗରପାଳ ତଥା ନଗର ବିଜେଡ଼ି ସଭାପତି ରବୀନ୍ଦ୍ର ନାଥ ମହାପାତ୍ର, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍,ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ, ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦୁର୍ଗାମାଧବ ନାୟକ, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ,ପ୍ରଦୀପ ସେଠୀ, ଦିଲ୍ଲୀପ କୁମାର ଆଚାରୀ, ପ୍ରିୟମ୍ବଦା ସାମଲ, ପ୍ରତିମା ସ୍ଵାଇଁ, ପ୍ରଗତି ପାତ୍ର, ସୁଜ୍ୟୋତି ସୁବୁଦ୍ଧି, ସଂଗୀତା ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ I ଏହା ସହିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ବହୁ ଦଳୀୟ ସରପଞ୍ଚ, ସମିତିସଭ୍ୟ, ଏନ୍ଏସିର ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I

You may have missed