April 30, 2026

କବରାପାଲିରେ ରାମ ନବମୀ,ସରିଲା ସୀତାବିବାହ,ଆଜି ଲଙ୍କା ପୋଡି

kol0
Share

ସମ୍ବଲପୁର: ବୁଧବାର ଚୈତ୍ରନବମୀରୁ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମଦିନ ଅବସରରେ ଯୁଯାମୁରା ବ୍ଳକ ଅଧିନସ୍ଥ କବରାପାଲି ଠାରେ ରାମନବମୀ ଉତ୍ସବ ମହା ସମାରୋହର ଶୁଭାରମ୍ଭ ହୋଇଛି।

୧୯୮୪ ମସିହା କବରାପାଲି ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ ଦୀର୍ଘ ୭୬ ବର୍ଷ ହେବ ରାମନବମୀ ଉତ୍ସବ ପାରମ୍ପାରିକ ରୀତୀନୀତିରେ ଏଠାରେ ଆୟୋଜନ ହୋଇ ଆସୁଛି। ବୁଧବାର ସକାଲେ ଗାଁର ମହିଳା ମାନେ କଲସୀ ଯାତ୍ରାରେ ସାମିଲ ହୋଇ ଜଳ ଆଣିବା ପରେ ମଣ୍ଡପରେ ସ୍ଥାପନ କରାଯାଇଥିଲା ।ଏହାପରେ ପ୍ରଭୁୁ ଶ୍ରୀରାମଚନ୍ଦ୍ର , ମାତା ସୀତା ଦେବୀ ଏବଂ ଲକ୍ଷ୍ମଣଙ୍କ ପ୍ରତିମାକୁ ରାମ ମନ୍ଦିରରୁ ମଣ୍ଡପକୁ ଅଣାଯାଇ ସେଠାରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ଅଶ୍ୱିନୀ ବିଶ୍ୱାଳଙ୍କ ନେତୃତ୍ୱରେ, ରମେଶ ଦାସ, ସୁନିଲ ବିଶ୍ୱାଲ, ସୁବ୍ରତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏଥିରେ ରବିନ୍ଦ୍ର ବଢାଇ ସପତ୍ନିକ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ। ଦୀର୍ଘ ଏଗାର ଦିନ ଧରି ମହାପ୍ରଭୁ ମନ୍ଦିର ବାହାର ମଣ୍ଡପରେ ରହି ଭକ୍ତ ମାନଙ୍କୁ ଦର୍ଶନ ଦେବାର ପରମ୍ପରା ଗାଁରେ ରହିଆସିଛି । ଏହି ସମୟରେ ମଣ୍ଡପରେ ପ୍ରତିଦିନ ରାମାୟଣ ପାଠ ସହିତ ସନ୍ଧ୍ୟାରେ ରାମଲୀଳା ନାଟକ ଆୟୋଜନ କରାଯାଇଥାଏ । ଏହି ଅବସରରେ ଗାଁରେ ସଂକିର୍ତ୍ତନ ପରିବେଷଣ କରାଯାଇଥିଲା।ଏହି ସମୟରେ ଦୀର୍ଘ ଏଗାର ଦିନ ଧରି ଗାଁରେ ଆମିଷ ଭକ୍ଷଣ ସହିତ ନିଶା ଦ୍ରବ୍ୟ ସେବନ ବନ୍ଦ ରହିଥାଏ। ୧୧ ଦିନ ଧରି ଗ୍ରାମବାସୀ କଡାକଡି ଭାବେ ଏଭଳି ନିତିନିୟମ ପାଳନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟୀ କରିଥାନ୍ତି । ବୁଧବାର କାର୍ଯ୍ୟକ୍ରମରେ ରାମନବମୀ କମିଟିର ସଭାପତି ମହିମା ପ୍ରସାଦ ବଢାଇ, ଦିଲିପ ବଢାଇ, ଖୀରୋଦ ସାହୁ, ମନୋଜ କୁମାର ପଧାନ, ହେମନ୍ତ ସାହୁ, ରଞ୍ଜିତ ପଧାନ, ସଞ୍ଜୟ କୁମାର ପଧାନ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ରାମନବମୀ ଆୟୋଜନରେ ସହଯୋଗ କରିଥିଲେ। ଗୁରୁବାର ରାତିଠାରୁ ରାମଲୀଲା ସଂସ୍କୃତିକ କାର୍ଯ୍ୟକ୍ରମର ନାଟ୍ୟ ଅଭିନୟ ପରିବେଷଣ ଆରମ୍ଭ ହୋଇଛି ।
ଗୁରୁବାର ଶ୍ରୀରାମ ଜନ୍ମ ପରେ ଆଜି ସୀତାବିବାହ ହୋଇଛି।ଆସନ୍ତା କାଲି ଶ୍ରୀରାମ ବନବାସ,୨୧ରେ ସୀତା ଚୋରୀ,୨୨ରେ ଲଙ୍କା ପୋଡି,୨୩ ରେ ଇନ୍ଦ୍ରଜିତ୍ ,କୁମ୍ଭକର୍ଣ୍ଣ ଓ ରାବଣ ବଧ ସହିତ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କମିଟି ଘୋଷଣା କରିଛି ।ପୂର୍ବ ବର୍ଷ ରହିଥିବା କମିଟିକୁ ବଳବତ୍ତର ରଖାଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। (ରାଜାରାମ ଷଡଙ୍ଗୀ )

You may have missed