May 10, 2026

ଶିଶୁ ମନ୍ଦିରରେ ଅଗ୍ନିଶମ ସଚେତନତା କାର୍ଯ୍ୟକ୍ରମ 

IMG-20250318-WA0038
Share

 

ବୁଗୁଡ଼ା : ତା ୧୮/୦୩/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଅଗ୍ନିଶମ ବାହିନୀର ମୁଖ୍ୟ ଆଗ୍ନିକ ସନ୍ତୋଷ କୁମାର ପରିଡାଙ୍କ ନେତୃତ୍ଵରେ ଡ୍ରାଇଭର ହାବିଲଦାର ନିରଞ୍ଜନ ବରାଳ, ଆଗ୍ନିକ ଫିରୋଜ କୁମାର ନାୟକ ଓ ଜଗବନ୍ଧୁ ମାହାଳି ପ୍ରମୁଖ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆକସ୍ମିକ ଅଗ୍ନିକାଣ୍ଡକୁ ପ୍ରଶମିତ କରିବାର ବିଭିନ୍ନ କୌଶଳ ପ୍ରୟୋଗର ପ୍ରଦର୍ଶନ କରିଥିଲେ। ଏଥି ସହ ଶିକ୍ଷାନୁଷ୍ଠାନରେ ରହିଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଫଳରେ ଛାତ୍ରଛାତ୍ରୀମାନେ ରୋଷେଇ ଗ୍ଯାସ ସିଲିଣ୍ଡରରୁ ସୃଷ୍ଟ ଅଗ୍ନିକାଣ୍ଡକୁ ନିର୍ଭୟରେ ନିର୍ବାପଣ କରିବାର କୌଶଳ ହାସଲ ପୂର୍ବକ ପରୀକ୍ଷଣ କରିଥିଲେ। ଅଗ୍ନିକାଣ୍ଡ ନିର୍ବାପଣର ପ୍ରଶିକ୍ଷଣ ସାଙ୍ଗକୁ ଏହାର କାରଣ ଓ ନିରାକରଣ ସମ୍ପର୍କେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାନୁଷ୍ଠାନର ସେବାବ୍ରତୀଗଣ ସକ୍ରିୟ ସହଯୋଗ କରିଥିଲେ।