August 7, 2026

ଜନତା ଗ୍ୟାରେଜ ଟିମ ବାଜି ମାରିନେଲା ଜଗଦିଶ ମେମୋରିଆଲ କ୍ରିକେଟ ଫାଇନାଲ କପ …

nol
Share


ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ଗ୍ରାମପଞ୍ଚାୟତ ର ନନ୍ଦଳା ଗ୍ରାମ ଖେଳପଡିଆ ରେ ବରୁଣେଇ ଯୁବଛାତ୍ର ସଂଗଠନ ଆନୁକୂଲ୍ୟରେ ୩୬ତମ ବାର୍ଷିକ ତଥା ଚତୁର୍ଥ ଜଗଦିଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଜନତା ଗ୍ୟାରେଜ କ୍ରିକେଟ ଟିମ ଓ ବରୁଣେଇ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ହେଲେ ବାଜି ମାରିନେଇଥିଲା ଜନତା ଗ୍ୟାରେଜ ଟିମ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ, ସମାଜସେବୀ ଦୀପକ କୁମାର ଜେନା ଙ୍କ ସହିତ ଯୁବନେତା ନଗେନ କୁମାର ବିଶୋଇ, ଯଯାତିକେଶରୀ ନାୟକ, ବ୍ରଜବନ୍ଧୁ ନାୟକ, ପବିତ୍ର ମୋହନ ପ୍ରଧାନ, ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ, ଅଧ୍ୟାପକ ଚନ୍ଦ୍ରଶେଖର ମହାନ୍ତି, ଅଧ୍ୟାପକ ମଧୁସୂଦନ ସାହୁ ପ୍ରମୁଖ ଯୋଗଦାନ କରି ଫିତାକାଟି ଫାଇନାଲ ମ୍ୟାଚର ଶୁଭଉଦ୍ଘାଟନ କରି ଖେଳାଳି ମାନଙ୍କ ସହିତ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା l ବରୁଣେଇ ଟିମ ଟଚ ଜିତି ବ୍ୟାଟିଂ ନେଇଥିଲେ ପଛରେ ବ୍ୟାଟିଂ କରି ଜନତା ଗ୍ୟାରେଜ ଟିମ ଫାଇନାଲ କପ ଜିତି ନେଇଥିଲା l ପରେପରେ ପୁରସ୍କାର ବିତରଣ ଉର୍ତ୍ସବ ଧୂମଧାମ ର ସହିତ ପାଳନ କରାଯାଇଥିଲା l ଦୀପକ କୁମାର ଜେନା ଫାଇନାଲ ଟ୍ରଫି ଜନତା ଗ୍ୟାରେଜ ଟିମକୁ ପ୍ରଦାନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed