April 28, 2026

ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ପୋଡା ଇଟାଭାଟି,ପ୍ରଶାସନ ବାନ୍ଧିଛି ଆଖିରେ ପଟି , କାମ କରୁନି କାନୁନ ,କ’ଣ ଇଟା ବେପାରୀଙ୍କ କବଜାରେ ସ୍ଥାନୀୟ ପ୍ରଶାସନ !

WhatsApp Image 2023-03-18 at 20.34.21k
Share


ବୁଗୁଡ଼ା : ତା ୧୮/୦୩/୨୩ : ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ଗଢି ଉଠିଛି ଇଟାଭାଟି ହେଲେ ପ୍ରଶାସନ ଏଠି ଆଖିରେ ପଟି ବାନ୍ଧି ବସିଲା ଭଳି ପ୍ରତୀୟମାନ ହେଉଛି l ପରିବେଶ ପ୍ରଦୂଷଣକାରୀ ପୋଡ଼ା ଇଟାଭାଟିକୁ ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ସମ୍ପୂର୍ଣ୍ଣ ବେଆଇନ ବୋଲି ଘୋଷଣା କରିବା ସହ ଏହା ଉପରେ ରୋକ ଲଗାଇବା ପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଜାରି କରିଛି l ତେବେ ବୁଗୁଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିର୍ଦ୍ଦେଶନାମାକୁ ଖାତିର ନକରି ଚାଲିଛି ମାଳ ମାଳ ଇଟା ଭାଟି l ବେଆଇନ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନ ଚଢ଼ାଉ କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ସେମାନଙ୍କୁ ପ୍ରୋତ୍ସାହିତ କଲା ଭଳି ମନେ ହେଉଛି l ଆବାସ ଯୋଜନାରେ ଘର ପାଇଥିବା ଲୋକେ ଘର ତିଆରି ପାଇଁ ଇଟା ପକାଉଥିବା ଆଳ ଦେଖାଇ ଇଟା ବେପାରୀଙ୍କୁ ଖୋଲା ଛାଡି ଦେଇଛି ପ୍ରଶାସନ l ଫଳରେ ବୁଗୁଡ଼ା ତହସିଲ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ପୋଡ଼ା ଇଟାଭାଟି ସଂଖ୍ୟା ବଢ଼ିବାରେ ଲାଗିଛି l କେହି ଅଭିଯୋଗ କଲେ କେବଳ ଲୋକ ଦେଖାଣିଆ ଫାଇନ କାଟି ଦେଇ ପଲା ଝାଡ଼ି ଦେଉଛି ପ୍ରଶାସନ l ଫଳରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ଅସାଧୁ ବେପାରୀମାନେ ପୋଡ଼ା ଇଟା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେବା ସହ ପରିବେଶ ପ୍ରଦୂଷିତ ହେଉଛି l ଇଟାଭାଟିରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲୋକେ ନାନା ପ୍ରକାର ଶ୍ୱାସରୋଗର ଶିକାର ହେଉଛନ୍ତି ।ଏଭଳି ମାଳ ମାଳ ବେଆଇନ ପୋଡ଼ା ଇଟାଭାଟି ଯୋଗୁଁ ସରକାରଙ୍କ ରାଜସ୍ବ ହାନି, ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ଯା ସୃଷ୍ଟି ସତ୍ତ୍ୱେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ଯାନୁଷ୍ଠାନ ଶୂନ ହେତୁ ସତରେ କ’ଣ ଇଟାଭାଟି ବେପାରୀଙ୍କ କବଜାରେ ପ୍ରଶାସନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଏଣୁ,

ତୁରନ୍ତ ଏଭଳି ବେଆଇନ ପୋଡା ଇଟା ବେପାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦୃଢ ଦାବି ହେଉଛି

You may have missed