November 18, 2026

ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

IMG-20261117-WA0042
Share

***୧୬ଟି ସ୍ଥାନରେ ଭୂସ୍ଖଳନ ଆଶଙ୍କା, ୮୪ଟି ଗ୍ରାମ ଉପରେ ସ୍ୱତନ୍ତ୍ର ନଜର; ଜେସିବି ଓ ଆବଶ୍ୟକୀୟ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ*କୋରାପୁଟ: ୧୭.୧୧.୨୦୨୬-ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆଗୁଆ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଏକ ଜିଲ୍ଲାସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।ବୈଠକରେ ଜିଲ୍ଲାର ୧୬ଟି ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ସେହି ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଜରୁରୀ ପରିସ୍ଥିତିରେ ରାସ୍ତା ସଫା କରିବା ପାଇଁ ଜେସିବି ସମେତ ଆବଶ୍ୟକୀୟ ଯନ୍ତ୍ରପାତି ଓ ଯାନ୍ତ୍ରିକ ସାଧନ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆବଶ୍ୟକ ପରିମାଣର ପଲିଥିନ୍ ମହଜୁଦ ରଖିବାକୁ ମଧ୍ୟ କୁହାଯାଇଥିଲା।କୋରାପୁଟ, ଲକ୍ଷ୍ମୀପୁର, ଜୟପୁର, ବୈପାରିଗୁଡ଼ା ଓ କୋଟପାଡ଼ ଭଳି ପ୍ରମୁଖ ଅଞ୍ଚଳର ରାସ୍ତାଗୁଡ଼ିକରେ ବଡ଼ ବଡ଼ ଯାନବାହନ ଅଯଥାରେ ରଖା ନଯାଇ ଯାତାୟାତ ପାଇଁ ରାସ୍ତାକୁ ସମ୍ପୂର୍ଣ୍ଣ ମୁକ୍ତ ଓ ସ୍ୱଚ୍ଛ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ସେହିପରି ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ୮୪ଟି ଗ୍ରାମ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଦାମନଯୋଡ଼ି ଓ କାକିରିଗୁମ୍ମା ଭଳି ଅଞ୍ଚଳରେ ବିକଳ୍ପ ରାସ୍ତା ଚିହ୍ନଟ ଓ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା। ଯାହାଦ୍ୱାରା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଲେ ମଧ୍ୟ ଜନସାଧାରଣଙ୍କ ଯାତାୟାତ ଓ ଜରୁରୀ ସେବା ଅବ୍ୟାହତ ରହିପାରିବ।ଗ୍ରାମାଞ୍ଚଳରେ ସତର୍କତା ସୂଚନା ପହଞ୍ଚାଇବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ମାଇକ୍ ଯୋଗେ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପ୍ରତ୍ୟେକ ଗ୍ରାମ ପାଇଁ ସ୍ୱତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟ ସୁଗମ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।ଜିଲ୍ଲାପାଳ ସମସ୍ତ ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କ ରହିବା ସହ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ କହିଥିଲେ। ବିଭାଗୀୟ ସମନ୍ୱୟ, ତ୍ୱରିତ ପଦକ୍ଷେପ ଓ ଜନସାଧାରଣଙ୍କ ସହଯୋଗ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ କମାଇବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

You may have missed