March 8, 2026

ଉମରକୋଟ ଠାରେ ୬୮ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ଫୁଟବଲ୍ ଚାମ୍ପିଅନସିପର ପାଇଁ ସହର ଚଳ ଚଞ୍ଚଳ…………

IMG-20240917-WA0062
Share

 

* ୫୦ ଟି ଦଳ ୮୦୦ ଖେଳାଳି, ୬ ଟି ପଡ଼ିଆ ଖେଳ ବାଳକ ଦଳ ୩୧ ଟି ଓ ବାଳିକା ଦଳ ୩୧ ଟି ମୋଟ ୧୨୧୪ ଜଣଙ୍କ ଅଂଶ ଗ୍ରହଣ କରିବେ।

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୬୮ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ପାଈଁ ସମଗ୍ର ଉମରକୋଟ ସହର ଫୁଟବଲ୍ ମାନିଆ ହେଇ ପଡ଼ିଛି। ଉମରକୋଟ ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପ୍ରକୋଷ୍ଠରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ। ଏହି ୪ ଦିନିଆ ଏହି କ୍ରୀଡା ମହାକୁମ୍ଭ କୁ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ। ସମ୍ପୂର୍ଣ କ୍ରୀଡା ପରିଚାଳନା ପାଇଁ ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ କ୍ରୀଡା ଷ୍ଟାଡିୟମ୍ ସହ ପେଣ୍ଡ୍ରାଣୀ ମହାବିଦ୍ୟାଳୟ, ଡଙ୍ଗରିଗୁଡ଼ା ଖେଳ ପଡିଆ, ପୁଜାରୀଗୁଡ଼ା ଖେଳ ପଡିଆ, ବଡ଼ଭରଣ୍ଡି ଖେଳ ପଡିଆ ଏବଂ ଖୁଟୁଗୁଡା ଖେଳ ପଡିଆ ଆଦି ମୋଟ ୬ଟି ଖେଳ ପଡିଆ ରେ ଖେଳ ହେବ। ଏହି ପ୍ରତିଯୋଗିତା ରେ ସମଗ୍ର ଓଡ଼ିଶା ରୁ ମୋଟ ୫୦ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ବାଳକ ଦଳ ୩୧ ଟି ଭାଗ ନେଉ ଥିବା ବେଳେ ବାଳକ ଖେଳାଳି ୪୮୦ ଜଣ ଓ ବାଳିକା ଖେଳାଳି ୩୨୦ ଜଣ ଅଂଶ ଗ୍ରହଣ କରୁଛନ୍ତି। ଟିମ୍ ମ୍ୟାନେଜର ଏବଂ କୋଚ ୫୨ ଜଣ, ରାଜ୍ୟ ସ୍ତରୀୟ ଅଫିସିଆଲ୍ ୬୨ ଜଣ ଓ ସମଗ୍ର ଜିଲ୍ଲାରୁ ୧୫୦ ଜଣ ଅଧିକାରୀ ଉପସ୍ଥିତ ରହିବେ। ସେହିପରି ମୋଟ ୧୨୧୪ ଜଣ ଖେଳାଳି ଓ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିବେ। ଖେଳାଳି ଏବଂ ଅନ୍ୟାନ୍ୟ ରାଜ୍ୟ ଏବଂ କେନ୍ଦ୍ରୀୟ ପଦାଧିକାରୀଙ୍କ ପାଇଁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ସହ ଉମରକୋଟ ସହରର ବିଭିନ୍ନ ବିଦ୍ୟାଳୟ ଗୁଡିକୁ ଚିହ୍ନଟ କରାଯାଇଛି। ସେହିପରି ଖାଦ୍ୟପେୟ ପାଇଁ ଉମରକୋଟ ସ୍ଥିତ ସଦାଶିବ ସୁକୁମାର ନୋଡାଲ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରୀୟ କିଚେନ ଖୋଲା ଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ଖେଳାଳି, ପ୍ରଶିକ୍ଷକ, ପରିଚାଳକ ଏବଂ ପଦାଧିକାରୀଙ୍କ ଙ୍କ ସୁରକ୍ଷା ପ୍ରଦାନ ପାଇଁ ଜିଲ୍ଲା ଏସ.ପି ଙ୍କୁ ମେଡିକାଲ ସୁବିଧା ଜଗେଇବ ପାଈଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଗ୍ନି ନିରାପତ୍ତା ପାଇଁ ଜିଲ୍ଲା ଅଗ୍ନି ଶ୍ରମ ଅଧିକାରୀ, ପିଇବା ପାଣି ପାଇଁ

ଅର୍ ଡବ୍ଲୁ ଏସ୍ ଏସ୍ ଅଧିକାରୀ, ଓ

ସ।ନିଟେଶନ ପାଈଁ ଉମରକୋଟ ପୌର ନିର୍ବାହୀ ଅଧିକାରୀ ଙ୍କୁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଆଜିର ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ,ବ୍ଲକ୍ ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ସରକାର, ପ୍ରଧାନ ଶିକ୍ଷକ ନରେଶ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ।