September 21, 2024

ବିଜୟନଗରମ ଲୋକସଭା ସାଂସଦ ଙ୍କ ରାୟଗଡା ଗସ୍ତ ସମୟରେ ଟ୍ରକ ମାଲିକ ସଂଘ ରାୟଗଡା ର ଆଲୋଚନା 

Share

ରାୟଗଡା : ଆନ୍ଧ୍ର ପ୍ରଦେଶ ର ବିଜୟନଗରମ ର ଲୋକସଭା ସାଂସଦ କାଳିସେଟି ଆପଲା ନାଇଡ଼ୁ ଯିଏ କି କେନ୍ଦ୍ର ମିଳତି ସରକାର ଙ୍କ ତେଲୁଗୁଦେଶମ ର ନିର୍ବାଚିତ ସାଂସଦ ରାୟଗଡା ଗସ୍ତ ରେ ଆସିଥିବା ସମୟ ରେ ସ୍ଥାନୀୟ ପ୍ରଦୀକ୍ଷଣ ଗୃହ ରେ ରାୟଗଡା ଟ୍ରକ ମାଲିକ ସଂଘ ର ସଭାପତି ଶ୍ରୀ ୟାଲା ଭେଣକେଟସ୍ୱର ରାଓ ( କୋଣ୍ଡା ବାବୁ )ଙ୍କ ନେତୃତ୍ୱ ରେ ଟ୍ରକ ମାଲିକ ସଂଘ ର ସମ୍ପାଦକ ଜାନକୀରାମେୟା ଉପସଭାପତି ମାଝୀ ଭାନୁ ପ୍ରସାଦ ଙ୍କ ସହିତ ବହୁ ସଦସ୍ୟ ବିଜୟନଗରମ ସାଂସଦ ଙ୍କୁ ମିଶିବା ସହିତ ଆନ୍ଧ୍ର ଓଡିଶା ରାସ୍ତା ଯେପରି ଖାଲ ଖୋମା ରେ ପରିଣତ ଯୋଦ୍ୱାରା ଏହି ରାସ୍ତା ଟି ହେଉଛି ଦକ୍ଷିଣ ଭାରତ ସହ ପଶ୍ଚିମ ତଥା ଉତ୍ତର ଭାରତ ର ଲାଇଫ କୁହାଯାଉଥିବା ରାସ୍ତା ର ନିର୍ମାଣ ପାଇଁ ସାଂସଦ ଙ୍କୁ ଏକ ଦାବିପତ୍ର ଦେଇଥିଲେ l ଦାବିପତ୍ରଗ୍ରହଣ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ରାସ୍ତା ର ଉନ୍ନତିକରଣ ପାଇଁ ଆଲୋଚନା କରି ଏହି ରାସ୍ତା ର ଉନ୍ନତିକରଣ କରିବି କହିଥିଲେ l ଏହାପରେ ରାୟଗଡା ଜ଼ିଲ୍ଲା ର ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ତାଙ୍କ ସହ କର୍ମୀ କେ ଶ୍ରୀନିବାସ, କେ ସି ପଟ୍ଟନାୟକ, ଆଇନଜୀବୀ ବିରଜା ପାତ୍ର, ହାସମୁଖ ( ହାକୁ ), ନିମୁ ଭି ମୁଁଜେଟି, ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତାବିଜୟନଗରମ ସାଂସଦ ଙ୍କ ସହିତ ମିଶି ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ, 74 ତମ ଜନ୍ମଦିବସ ପାଳନ କରିଥିଲେ l ଏହି ଅବସୋରରେ ରାୟଗଡା ର ଅଧିଷ୍ଠାତ୍ରୀ ଦେବି ମା ମଝିଘରିଆଣି ଓ ଥେରୁବାଲି ର ଲକ୍ଷ୍ମୀନାରାୟଣ ମନ୍ଦିର କୁ ଜାଇ ପୂଜା ଅର୍ଚନା କରିବା ସହିତ ମୋଦି ଙ୍କ ଦୀର୍ଘଜୀବନ ଆୟୁଷ କାମନା କରିଥିଲେ l ବିଗତ ବନ୍ୟା ରେ ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ଯେପରି ଭାବେ କ୍ଷେୟକ୍ଷେତ୍ତି ଘଟିଛି ତାହାର ଭରଣ କରିବା ସମ୍ଭବପର ନୁହେଁ କିନ୍ତୁ ଆମକୁ ଏଥି ପାଇଁ ସମସ୍ତ ଙ୍କ ସହଯୋଗ ରେ ଏହାର ଭରଣ କରିବାକୁ ପଡିବ ବୋଲି କହିବା ସହିତ ରାୟଗଡା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ କିଛି ଆର୍ଥିକ ସହଯୋଗ କାମନା କରିଥିଲେ l ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି କୋଣ୍ଡା ବାବୁ ଆମ ସଙ୍ଘ ର ବୈଠକ ଡାକି ଆଲୋଚନା କରି ନିଶ୍ଚିତ ସହଯୋଗ କରିବୁ ବୋଲି ଅଶ୍ୱସନା ଦେଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ