August 25, 2026

ଉମରକୋଟ ଠାରେ ମୋଟର ଚାଳକ ଦିବସ ପାଳନ……

IMG-20240917-WA0053
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଯାନବାହାନ ତଥା ମୋଟର ଚାଳକ ଙ୍କ ଉପରେ ଜନସାଧାରଣ ସବୁବେଳେ ନିର୍ଭର କରିଥାଏ। ଦୂର ଦୁରାନ୍ତରୁ କୌଣସି ଖାଦ୍ୟ ପଦାର୍ଥ ଆମଦାନୀ କରିବା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ର ରେ ରୋଗୀକୁ ଠିକ ସମୟରେ ପହଞ୍ଚାଇବା ମୋଟର ଚାଳକ ର ଭୂମିକା ଗୁରୁତ୍ୱପୂର୍ଣ ରହିଥାଏ। ଏହି ମୋଟର ଚାଳକ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ୨୦୧୪ ମସିହାରେ ସାରା ରାଜ୍ୟରେ ଓଡିଶା ମୋଟର ଚାଳକ ସଙ୍ଘ ନାମରେ ଏକ ସଙ୍ଘ ତିଆରି କରାଗଲା। ସେଦିନ ଠାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୭ତାରିଖ ଦିନ ସମଗ୍ର ରାଜ୍ୟ ରେ ମୋଟର ଚାଳକ ଦିବସ ରୂପେ ପାଳନ କରିଆସୁଛି। ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଜିଲ୍ଲା ର ସମସ୍ତ ବ୍ଲକ ର ଚାଳକ ମାନେ ଏକତ୍ରିତ ହୋଇ ଉମରକୋଟ ରେ ଥିବା ମାଁ ପେଣ୍ଡ୍ରାଣୀ ଙ୍କ ମନ୍ଦିର ରୁ ଏକ ବିଶାଳ ରାଲି ବାହାର କରି ପଦଯାତ୍ରା କରି ସ୍ଥାନୀୟ ସଙ୍ଘ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ, ସେଠାରେ ଏକ ସଭା ର ଆୟୋଜନ ମଧ୍ୟ କରାଯାଇଥିଲା। ଶ୍ରମ ବିଭାଗରେ ସମସ୍ତ ଚାଳକ ଭାଇମାନଙ୍କୁ ପଞ୍ଜିକୃତ କରିବା, ସେପ୍ଟେମ୍ବର ୧୭ତାରିଖ କୁ ଚାଳକ ଦିବସ ରୂପେ ଗୃହୀତ କରବା କୁ ନେଇ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛି ଚାଳକ ସଙ୍ଘ!ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଓକିଲ ତଥା ସମାଜସେବୀ ଜୟଦେବ ପରିଡା, ଜିଲ୍ଲା ଓକିଲ ସଙ୍ଘ ର ସଭାପତି ନରସିଂ ତ୍ରିପାଠୀ, ଆର ଟି ଓ ଜିତେନ୍ଦ୍ର ଭୋଇ,ଓଡିଶା ମୋଟର ଚାଳକ ସଙ୍ଘ ର ପ୍ରତିଷ୍ଠାତା ତଥା ରାଜ୍ୟ ସମ୍ପାଦକ ପ୍ରଭାକର ମଲିକ,ପୌରାଧ୍ୟକ୍ଷା ରାଧା ଭତରା, ଉମରକୋଟ ଓକିଲ ସଙ୍ଘ ର ସଭାପତି ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ନଳିନୀ ରଞ୍ଜନ ମିଶ୍ର, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ଏହି କାର୍ଯ୍ୟକ୍ରମ ର ଖବର ପ୍ରଶାରଣ କରିବାକୁ ଆସିଥିବା ସାମ୍ବାଦିକ ଯଥା ଜୀତେନ୍ଦ୍ର ଦାଶ,ଶଙ୍କର ତୁରୁକ,ମହେଶ୍ୱର ବେହେରା, ସନ୍ତୋଷ ଶତପଥୀ, ରାଜେଶ ସୁନା, କାର୍ତିକ ନାୟକ, ଯୁଗଳ ସାହୁ, ଅନୁରାଗ ପଟନାୟକ, ଜିତୁ ମାଳି, ଜିତେନ୍ଦ୍ର ମହାନ୍ତି, ନିରଞ୍ଜନ ବେହେରା ପ୍ରମୁଖ ଙ୍କୁ ସାମ୍ନାନୀତ କରାଯାଇଥିଲା!କାର୍ଯ୍ୟକ୍ରମ ଟିକୁ ଉମରକୋଟ ଚାଳକ ସଙ୍ଘ ସଭାପତି ଅଶୋକ ବେବର୍ତ୍ତା ପରିଚାଳନା କରିଥିଲେ!

You may have missed