April 27, 2026

ଜନ୍ମ ଦିନରେଭାଇ ଦେଲେ, ଭଉଣି ମାନଙ୍କୁ ରକ୍ଷାବନ୍ଧନ ଭେଟି ।

IMG-20240917-WA0050
Share

ଅସ୍ତରଙ୍ଗ,ଭାଇ ଙ୍କ ଜନ୍ମ ଦିନରେ ଭୁଉଣୀ ମାନଙ୍କୁ ଦେଇଛନ୍ତି ରକ୍ଷାବନ୍ଧନ ଭେଟି । ଏହି ଭେଟି ବର୍ଷକୁ ଦୁଇ ଥର ମିଳିବ । ଗୋଟେ ରକ୍ଷା ବନ୍ଧନ ଦିନ ମିଳିବାକୁ ଥିବା ବେଳେ,ଅନ୍ୟଟି ମିଳିବ ବିଶ୍ବ ମହିଳା ଦିବସ ଅବସରରେ । ବର୍ଷକୁ ଦୁଇଥର କରି ୧୦ ହଜାର ଟଙ୍କା ମିଳିବାକୁ ଥିବାବେଳେ,ପାଞ୍ଚ ବର୍ଷ କୁ ମିଳିବ ୫୦ ହଜାର ଟଙ୍କା। ଏହିପରି ଭୁବନେଶ୍ୱର ଜନତା ମଇଦାନ ରୁ ଭିଡିଓ କନଫରେସଙ୍ଗି ମାଧ୍ୟମରେ ମଙ୍ଗଳବାର ଦିନ ବାର୍ତା ଦେଇ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ଭାରତୀ ପରିଡ଼ା । ଏହି କାର୍ଯ୍ୟକ୍ରମ ଉପଲକ୍ଷେ,ଅସ୍ତରଙ୍ଗ ବ୍ଲକ ପଡିଆ ଠାରେ ଅସ୍ତରଙ୍ଗ ବ୍ଲକ ତରଫରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଅଙ୍ଗୱାଡ଼ି କର୍ମୀ,ଆଶା,ମହିଳା ଦଳ ଆଦି ବହୁ ସଂଖ୍ୟାରେ ସାମିଲ ଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗେନ୍ଦ୍ର ମହାକୁଡ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବିଶାଳ ସମାବେଶରେ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ବ୍ଲକ ଉପାଧ୍ୟଷ ଦୃଜୟ କୁମାର ମିଶ୍ର,ପ୍ରମୁଖ ଯୋଗଦାନ କରି ଏହି ସୁଭଦ୍ରା ଯୋଜନାରେ ପ୍ରତିବର୍ଷ ସମସ୍ତ ଯୋଗ୍ୟ ମହିଳା ମାନଙ୍କୁ , ୧୦ ହଜାର ଟଙ୍କା ସହାୟତା ରାଶି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବା ସହ,୨୧ ରୁ ୫୯ ବର୍ଷ ପର୍ଯ୍ୟନ୍ତ ମହିଳା ଏହି ଯୋଜନାରେ ସାମିଲ ହୋଇ ପାରିବେ ବୋଲି ପ୍ରକାଶ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ତେଣୁ କରି କୌଣସି ମହିଳା ଏଥିରୁ ବାଦ ପଡ଼ିବେନି ବୋଲି ଅତିଥିମାନେ କହିବା ସହ ଆଜି ର ଦିନରେ ଏହି ଯୋଜନାର ନାମ ସୁଭଦ୍ରା ଯୋଜନା ରଖାଯାଇ ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ଏହାକୁ ଭୁବନେଶ୍ବରସ୍ଥିତ ଜନତା ମଇଦାନ ରୁ ଶୁଭାରମ୍ଭ କରିଲେ ବୋଲି କହିଥିଲେ। ଏହି ବିଶାଳ ମହିଳା ସମାବେଶ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଭାଷଣ ଭିଡିଓ କନଫରେନ୍ସିଂ ଦ୍ବାରା ପ୍ରସାରଣ କରାଯାଇ ଥିଲା ।

ଦୁଃଶାସନ ନାୟକ,ଅସ୍ତରଙ୍ଗ