November 22, 2024
Share

ସାହସୀ ରିୟା ନାୟକ।

ବେଗୁନିଆ,୧୭/୦୯(ଉପାନ୍ତ ଓଡିଶା): ସମସ୍ତେ ଜାଣିଥିବେ ପୁରୁଷ ମାନେ ସାପ ଧରନ୍ତି କିନ୍ତୁ ଏକ ଆଶ୍ଚର୍ଯ୍ୟ ର କଥା ଜଣେ ମହିଳାବି ସାପ ଧରୁଛନ୍ତି ।କଥାଟି ସତ । ଏ କଥା ଟି ହେଉଚି ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଞ୍ଚାୟତ ମୁକ୍ତାପୁର ଗ୍ରାମର ରିୟା ନାୟକ ନାମକ ଜଣେ ସ୍ତ୍ରୀଲୋକ । ବୟସ ତାଙ୍କର ୨୩ ସେ ଅନାୟାସରେ ସାପ ଧରିବା ସେହି ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହେଉଛି । ଯଦି ଆଖପାଖ ୧୫ ରୁ ୨୦ କିଲୋମିଟର ଭିତରେ ଯଦି କାହା ଘରେ ସାପ ପଶେ ତେବେ ଖୋଜା ପଡନ୍ତି ରିୟା ନାୟକ ସେ ପ୍ରାୟ ୧ହଜାରରୁ ଅଧିକ ସାପ ଧରିସାରିଲେଣି । ସାପ ମାନଙ୍କୁ ଉଦ୍ଧାର କରି ଦୂରରେ ଥିବା ଜଙ୍ଗଲର ସୁରକ୍ଷିତ ସ୍ଥାନରେ ଛାଡ଼ିଦେଇଥାନ୍ତି । ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ପିଲା ଦିନରୁ ଆଗ୍ରହ ଥିଲା ଏବଂ ସେ ଆଗ୍ରହ ପୂରଣ କରିବା କ୍ଷେତ୍ରରେ ତାଙ୍କ ସ୍ୱାମୀ ବିପିନ ନାୟକ ତାଙ୍କୁ ସହଯୋଗ କରିଛନ୍ତି । ଏକ ବର୍ଷ ହେବ ବିପିନ ନାୟକଙ୍କ ସହ ତାଙ୍କର ବିବାହ ହୋଇଛି । ସ୍ୱାମୀ ଆଗରୁ ସାପ ଧରୁଥିଲେ ତାଙ୍କ ଠାରୁ ରିୟା ଦୁଇ ମାସ ତାଲିମ୍ ନେଇ ସାପ ଧରୁଛନ୍ତି । ରିୟା ଙ୍କ ମତରେ ପରିବେଶ ସୁରକ୍ଷା ନିମନ୍ତେ ବନ୍ୟଜନ୍ତୁ ବଞ୍ଚିବା ଆବଶ୍ୟକ । ତାଙ୍କ କହିବା କଥା ଯଦି କୌଣସି ଲୋକକୁ ସାପ କାମୁଡ଼େ ତେବେ ସେ ଲୋକ ଝଡ଼ାଫୁଙ୍କା କିମ୍ବା ମନ୍ଦିରରେ ଯାଇ ପାଣି ଢାଳିବା ପରିବର୍ତ୍ତେ ତୁରନ୍ତ ଡାକ୍ତରଖାନା ଯିବା ଉଚିତ୍ । ତାଙ୍କର ସାହାସିକତା କୁ ନିଜ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)