June 21, 2026

ବୁଗୁଡ଼ାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ

IMG-20230917-WA0011
Share

ବୁଗୁଡ଼ାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ
ବୁଗୁଡା : ତା ୧୭/୦୯/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ
କାର୍ଯାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ
ପୂଜା ମହା ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି ।
ସ୍ନାନୀୟ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ
ଭଗବାନ ବିଶ୍ଵକର୍ମାଙ୍କ ପୂଜା ମହାସମାରୋହରେ
ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନୋଜ କୁମାର
ଦାଶ ପୁରୋହିତ ଭାବେ ଯୋଗ ଦେଇ ଯଥା ରୀତିନୀତି
ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କର୍ତ୍ତା
ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ
ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ନିକଟସ୍ଥ ଷୋଳମଇଲି ଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ବ ସ୍ବ କାର୍ଯାଳୟ ପରିସରରେ ଠାକୁର ବିଶ୍ବକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଘୁମୁସର ତାଲୁକା ବିଶ୍ବକର୍ମା ସମାଜ ପକ୍ଷରୁ ବାଲିପଦର ଗ୍ରାମସ୍ଥ ବିଶ୍ବକର୍ମା ଭବନ ପରିସରରେ ଆୟୋଜିତ ବିଶ୍ବକର୍ମା ପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, କେ.ନୀଳମାଧବ ଆଚାରୀ , ବାଲିପଦର କଲେଜ ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ପ୍ଲମ୍ବର ଓ୍ବାର୍କ୍ସ ମେନ ଆସୋସିଏସନ , ତାରିଣୀ ମୋଟର୍ସ, ହରିଆନା ଷ୍ଟିଲ୍‌ ୱାର୍କ୍ସ, କଳିଙ୍ଗ ଟ୍ରେଡର୍ସ , ସୋନୁ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର, ଭାରତ ରେଫ୍ରିଜେସନ୍ ଏଣ୍ଡ ଇଲେକ୍ଟ୍ରିକାଲ୍ ୱାର୍କ୍ସ ଆଦି ପ୍ରତିଷ୍ଠାନ ସମେତ ବିଭିନ୍ନ ଯାନବାହାନ ଗ୍ୟାରେଜ ଏବଂକଳକାରଖାନା ଗୁଡିକରେ ମଧ୍ୟ ବିଶ୍ବକର୍ମାଙ୍କ ପୂଜା ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।