April 29, 2026

ମୋହନା ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଚାରି ଦଶନ୍ଧି ପରେ ୧୯୮୫ ମସିହା ମାଟ୍ରିକ ବେଚ ର ଦୁଇ ଦିନିଆ ବନ୍ଧୁ ମିଳନ …

IMG-20250817-WA0016
Share

ଗଜପତି ଜିଲ୍ଲା ମୋହନା ଠାରେ ଥିବା ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ୧୯୮୫ ମସିହା ରେ ମାଟ୍ରିକ ପଢୁଥିବା ଛାତ୍ର ଛାତ୍ରୀଙ୍କ ଦୁଇ ଦିନିଆ ବନ୍ଧୁ ମିଳନ ସ୍ଥାନୀୟ ବିଦ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ବାଗତ କରିବା ସହ ସେହି ସମୟରେ ଶିକ୍ଷକତା କରୁଥିବା ପୁରାତନ ଶିକ୍ଷକ ମାନଙ୍କୁ ପୁରାତନ ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ସହ ଉପଢୌକନ ଦେଇ ସ୍ବାଗତ କରିବା ସଙ୍ଗେ ମୁଣ୍ଡିଆ ମାରି ଆଶ୍ରିବାଦ ନେଇଥିଲେ। ମୁଖ୍ୟଅତିଥି ପ୍ରଧାନ ଶିକ୍ଷକ ଶ୍ରୀ କର ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରି କିଏ କେଉଁ ଠାରେ ରହି ବିଦ୍ୟାଳୟର ସୁନାମ ରଖିଥିବାରୁ ଆତ୍ମ ସନ୍ତୋଷ ଲାଭ କରିବା ସହ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଠିକ୍ ସେହିପରି ହୋଇ ବିଦ୍ୟାଳୟର ଟେକ ରଖିବା ନିମନ୍ତେ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହ ପୁରାତନ ଶିକ୍ଷକ ଏବଂ ବର୍ତ୍ତମାନ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏବଂ ପୁରାତନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ଚାଳିଶ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ଖୁସିର ଲହରୀ ଅଞ୍ଚଳରେ ଖେଳି ଯାଇଛି।

You may have missed