ଶ୍ରୀଭାଗବତ ସେବା ପରିଷଦ ପକ୍ଷରୁ ଜଗନ୍ନାଥ ଧାମରେ ସାତଦିନ ଧରି ଭାଗବତ ସପ୍ତାହ ପାଳନ l

ପୁରୀ ବଡଦାଣ୍ଡ ସ୍ଥିତ ଗୁରୁ ଇଷ୍ଟେଟ ସଭାଗୃହରେ ଉତ୍ତରପ୍ରଦେଶ ଫିରୋଜାବାଦ ର ଶ୍ରୀଭାଗବତ ସେବା ପରିଷଦ ପକ୍ଷରୁ ସାତଦିନ ଧରି ଶ୍ରୀମଦ ଭାଗବତ ଚର୍ଚ୍ଚା ସହିତ ଜନ୍ମାଷ୍ଟମୀ ରେ ଶ୍ରୀକୃଷ୍ଣ ଜନ୍ମ ସହିତ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି l ଏହି ଭାଗବତ ସପ୍ତାହ ପାଳନ ଅବସରରେ ଉତ୍ତରପ୍ରଦେଶ ଫିରୋଜାବାଦ ର ପ୍ରବଚକ ଶ୍ରୀ ହରିଓମ ଶରଣମ ସୁନ୍ଦର ଭାବରେ ସାତଦିନ ପର୍ଯ୍ୟନ୍ତ ଭାଗବତ ଚର୍ଚ୍ଚା କରିବା ସହିତ ପ୍ରତ୍ୟେକ ଦିନ ତିନିଶହ ରୁ ଉର୍ଦ୍ଧ ଭକ୍ତ ଏହି ଭକ୍ତିର ଆସର ରେ ଅଂଶଗ୍ରହଣ କରି ଭଗବାନ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କ ନାମ ନେଇ ନୃତ୍ୟସଂଗୀତ ଆସର ଜମାଇ ପ୍ରସାଦ ସେବନ କରି ଏକ ଆଧ୍ୟାତ୍ମିକ ପରିବେଶରେ ନିଜକୁ ନିୟୋଜିତ କରିଛନ୍ତି l ଏହି କାର୍ଯ୍ୟକ୍ରମ କୁ ଫିରୋଜାବାଦ ଶ୍ରୀଭାଗବତ ସେବା ପରିଷଦ ର ମହେଶ ଚନ୍ଦ୍ର ଗର୍ଦଙ୍କ ସହିତ ସଂଜୀବ ଅଗ୍ରୱାଲ, ରାଜେଶ ଶର୍ମା, ପ୍ରଦୀପ ଅଗ୍ରୱାଲ, ଦୀନନାଥ ଗର୍ଦ, ମହେଶ ଅଗ୍ରୱାଲଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
