June 15, 2026

ହୋମଗାର୍ଡ ରୂପକ କୁମାର ପଲାଇଙ୍କୁ ଏସପି ଙ୍କ ସମ୍ମାନିତ

419f37b1-6f58-481a-a89d-9222f6ae52e7
Share


—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ରେ କାର୍ଯ୍ୟରତ ହୋମଗାର୍ଡ ରୂପକ କୁମାର ପଲାଇଙ୍କୁ ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଛତ୍ରପୁର ଏସପି କାର୍ଯ୍ୟାଳୟରେ
ସମ୍ମାନିତ କରିଥିବା ଜଣାପଡ଼ିଛି l ରମ୍ଭା ଥାନା ଅଧିକାରୀ ଓ ପୋଲିସ ଥାନା କୁ ଏବଂ ଅନ୍ୟ କର୍ମଚାରୀଙ୍କୁ ଠକେଇ ମାମଲା ଚିହ୍ନଟ କରିବାରେ ସାହାଯ୍ୟ କରିବା କଠିନ ଏବଂ ଆନ୍ତରିକ ଉଦ୍ୟମ ପାଇଁ ଏସ ପି ଶ୍ରୀ ମିନା ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି l ରୂପକ ଅଦମ୍ୟ ସାହାସ ପାଇଁ ଦୁଇ ଜଣ ଏ ଟି ଏମ ଲୁଟେରାଙ୍କୁ କାବୁ କରିପାରିଛନ୍ତି l ଉକ୍ତ ଦୁଇ ଲୁଟେରା ଙ୍କ ରମ୍ଭା ଥାନରେ ଗୋଟିଏ ଚୋରି ମାମଲା ରହିଛି l ସେହିପରି ଗଞ୍ଜାମ ପୋଲିସ୍ ଜିଲ୍ଲାର 3 ଟି ମାମଲା, ବ୍ରହ୍ମପୁର ପୋଲିସ୍ ଜିଲ୍ଲାର 5 ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ମାମଲାରେ ଜଡିତ ଅଛନ୍ତି। ସେମାନେ ମଧ୍ୟ ଆନ୍ଧ୍ରପ୍ରଦେଶ ମାମଲାରେ ଜଡିତ ଅଛନ୍ତି। ସେମାନଙ୍କୁ ଧରିବାରେ ହୋମଗାର୍ଡ ଶ୍ରୀ ପଲାଇ ସାହସ ଏବଂ କୌଶଳ ପ୍ରଦର୍ଶନ କରିଥିଲେ | ଯାହାକୁନେଇ ମୁଁ ଆଶା କରେ ଆପଣ ଭବିଷ୍ୟତରେ ମଧ୍ୟ ସମାନ ଉଜ୍ଜ୍ୱଳତା ଏବଂ ପ୍ରତିବଦ୍ଧତା ସହିତ ଆଗକୁ ବଢ଼ିବେ ବୋଲି ଏସପି ଶ୍ରୀ ମିନା,ହୋମଗାର୍ଡ ରୂପକ କୁମାର ପଲାଇ ଙ୍କୁ କହି ଶୁଭେଛା ଜଣାଇବା ସହ ମାନପତ୍ର ପ୍ରଦାନ କରି କରି ସମ୍ମାନିତ କରିଛନ୍ତି l ଫଳରେ ବିଭିନ୍ନ ମହଲରୁ ହୋମଗାର୍ଡ ଶ୍ରୀ ପଲାଇ ଙ୍କୁ ଶୁଭେଛାର ଶୁଅ ଚୁଟିଛି l

You may have missed