April 26, 2026

ଗଜପତି ଜିଲ୍ଲାର ଅଗ୍ରଣୀ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ଉତ୍ସବ ପାଳନ।

68db333e-ed69-4c44-a7d7-25acd086e478
Share

ପାରଳାଖେମୁଣ୍ଡି:୧୭/୬(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ଉପକାରାଗାର ଠାରେ ପ୍ରଗତି ମହିଳା ଅନୁଷ୍ଠାନ ଆନୁକୁଲ୍ୟରେ ଅନ୍ତେବାସୀଙ୍କ ଗହଣରେ ରଜଉତ୍ସବ ପାଳନ ହୋଇ ସାରିଛି। ଅନ୍ତେବାସୀ ଦ୍ଵାରା ତର୍କ,ନୃତ୍ୟ,ଏକକ ଅଭିନୟ ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ।ଭାରତୀୟ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ବୁଝାଇ ଥଲେ ,ଲିଙ୍ଗରାଜ ପାଣିଗ୍ରାହୀ ,ଭାଗବତ ପାଢ଼ୀ ଙ୍କ ସହଯୋଗରେ ଉପକାରାଗାରରେ ରଜଉତ୍ସବ ସହ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଅପରାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର ଠାରେ ରଜ ଉତ୍ସବ ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଜେଲ ଅଧକ୍ଷ ହନୁ ସେଠୀ, ମୁଖ୍ୟବକ୍ତା ପଣ୍ଡିତ ନରସିଂହ ଗୌଡ଼,ସମ୍ମାନିତ ଅତିଥି ଜେଲ ଉପାଧ୍ୟକ୍ଷ ପ୍ରଭାକର ସାହୁ, ହରିମୋହାନ ପଟନାୟକ, ଯୋଗ ଦେଇ ଓଡ଼ିଶାର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବୁଝାଇ ଥିଲେ। ଲୋକନାଥ ମିଶ୍ର ସଂଯୋଜନା କରିଥିବାବେଳେ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ। ରଜ କୁଇନ,କାକରା ପ୍ରସ୍ତୁତି , ରଜ ନୃତ୍ୟପ୍ରତିଯୋଗିତା ମଧ୍ୟ ହୋଇଥିଲା। ସଭା ଶେଷରେ କାକରା ପିଠା ରଜ ପାନ ବିତରଣ କରାଯାଇଥିଲା। ତ୍ରିପତି ପଣ୍ଡା ଧନ୍ୟବାଦ ଜଣା
ଇଥିଲେ।ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା,ଶରତ ଚନ୍ଦ୍ର ପ୍ରଧାନ,ସୌମ୍ୟରଞ୍ଜନ ଆଚାର୍ଯ୍ୟ ସମୀର ମଣ୍ଡଳ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସମସ୍ତ ଦୁଇଟି ପର୍ଯାୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ପରିକଳ୍ପନା ଏବଂ ପ୍ରୋଜଜନା କରିଥିଲେ।