May 19, 2024
Share


ବୁଗୁଡ଼ା : ତା ୧୭/୦୪/୨୪ : ସ୍ଥାନୀୟ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ଠାକୁରଙ୍କ ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ପାଳନ ଅବସରରେ ପ୍ରାତଃ କାଳରେ ଅବକାଶ, ମଙ୍ଗଳ ଆଳତୀ,ବାଳଭୋଗ ଆଦି ନୀତି ପୂଜକ ଉମାକାନ୍ତ ଦାଶ ଓ ବଳରାମ ପାଢୀଙ୍କ ଦ୍ବାରା ସମ୍ପାଦିତ ହୋଇଥ‌ିବା ବେଳେ ମଧ୍ୟାହ୍ନରେ ରାମ ଜନ୍ମ ବିଧି ପାଳନ ପୂର୍ବକ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ର, ବାବୁ ଦାଶ, ଚିନ୍ମୟ ଦାଶ, ଶ୍ରୀକାନ୍ତ ମିଶ୍ର ଓ ବୈଷ୍ଣବ ଚରଣ ଦାଶଙ୍କ ଦ୍ବାରା ହୋମଯଜ୍ଞାଦି କାର୍ଯ୍ୟ କରାଯାଇଥିବା ବେଳେ ହୋମକର୍ତ୍ତା ଭାବେ ମଠାଧୀଶ ଭକ୍ତରାମାନୁଜ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ ଉତ୍ସବ ପାଳନ ଅବସରରେ ବହୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା । ସେହିପରି ବୁଗୁଡା ରଘୁନାଥ ସାହିସ୍ଥିତ ରଘୁନାଥ ମନ୍ଦିର , କଦମ୍ବମଠ ଓ ବାଲିପଦର ରଘୁନାଥ ମନ୍ଦିରରେ ଏହି ଉତ୍ସବ ପାରମ୍ପରିକ ରୀତିନୀତିରେ ପାଳନ କରାଯାଇଥିଲା ।