April 18, 2025

ଶିଶୁ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

Share


ବୁଗୁଡ଼ା : ତା ୧୭/୦୪/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀପତି ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ ଉପରେ ଆଲୋକପାତ କରିଥିଲେ । ସହ-ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର କୁମାର ଦାଶଙ୍କ ତତ୍ତ୍ବାବଧାନ ଏବଂ ଗୁରୁଜୀ ସଞ୍ଜୟ ଷଡଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ର ଅମିତ୍ କୁମାର ଗୌଡ ବ୍ଯକ୍ତିଗତ ସଙ୍ଗୀତ ଗାନ ଏବଂ ଗୁରୁମା ସୁମତି ମିଶ୍ର ବୌଦ୍ଧିକ ବାଣୀ ଉପସ୍ଥାପନ କରିଥିଲା ବେଳେ ସାମୁହିକ ଶ୍ରୀରାମ ଭଜନ ଗାନ ସାଙ୍ଗକୁ ଜୟ ଶ୍ରୀରାମ ଧ୍ବନୀରେ ଉତ୍ସବ ସ୍ଥଳ ପ୍ରକମ୍ପିତ ହୋଇଥିଲା । ଏଥି ସହ ଶିଶୁ ବାଟିକା ପକ୍ଷରୁ ବିଭିନ୍ନ ପ୍ରକାର ପଣାର ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁମା ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed