May 19, 2024

କଂଗ୍ରେସ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ମିତ୍ରଭାନୁ କୁ ଟିକେଟ ଦେଲାପରେ ନିଆଁ ଜଳୁଛି ବ୍ରହ୍ମଗିରି କଂଗ୍ରେସ ରେ ….

Share

୨୦୨୪ ନିର୍ବାଚନ ପାଇଁ ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ଜାତୀୟ କଂଗ୍ରେସ ଦେଇଥିବା ପ୍ରାର୍ଥୀ ମିତ୍ରଭାନୁ ମହାପାତ୍ର ଙ୍କୁ ଘୋର ବିରୋଧ କରୁଛି ବ୍ରହ୍ମଗିରି କଂଗ୍ରେସ l ବିଗତ ଦିନରୁ ଲୁଲୁ ମହାପାତ୍ର ଙ୍କ ଦେହାନ୍ତ ପରଠାରୁ କଂଗ୍ରେସ ଗଡ଼କୁ ସମ୍ଭାଳିଛନ୍ତି ଇଞ୍ଜିନିଅର ଶେଖ ସଫିକ ଉଦିନ ଓରଫ ଗୋପିଭାଇ l ଗୋପିଭାଇ ବ୍ରହ୍ମଗିରି କଂଗ୍ରେସକୁ ଓଡିଶା ଦରବାର ରେ ପରିଚିତ କରିଥିବା ବେଳେ କେଉଁ ସ୍ୱାର୍ଥ ନେଇ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ମିତ୍ରଭାନୁ ଙ୍କୁ ଟିକେଟ ଦେଇଛନ୍ତି ଯିଏ ୨୦୨୨ ପଞ୍ଚାୟତ ନିର୍ବାଚନ ରେ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇ ମାତ୍ର ଚାରିସହ ଭୋଟ ପାଇଥିଲେ l ଯିଏ ୱାର୍ଡ ମେମ୍ବର ଜିତିବାର ଯୋଗ୍ୟତା ନାହିଁ ତାକୁ କିପରି ବିଧାୟକ ଟିକେଟ ଦିଆଗଲା ସାଧାରଣ ରେ ଘୋର ବିରୋଧ ହେଉଛି ମିତ୍ରଭାନୁଙ୍କୁ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)