March 11, 2026

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ :ସାହିତ୍ୟିକ ପ୍ରତିଯୋଗିତାରେ ସ୍ବସ୍ତି ସୁନ୍ଦରଙ୍କ ଶ୍ରେଷ୍ଠ ପ୍ରଦର୍ଶନ 

IMG-20260217-WA0030
Share

 

ବ୍ରହ୍ମପୁର :- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଅଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ ସ୍ନାତକତ୍ତୋର ପରିଷଦ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ସଂଯୋଜକ ତଥା ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ୨0୨୫-୨୬ ଶିକ୍ଷା ବର୍ଷର ବୃତ୍ତି ପୁରସ୍କାର ସହିତ ସାହିତ୍ୟ, ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅଯୋଜିତ ସାହିତ୍ୟିକ ପ୍ରତିଯୋଗିତାରେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ଛାତ୍ର ସ୍ବସ୍ତି ସୁନ୍ଦର ସିଅ ଆନ୍ତଃ ମହାବିଦ୍ୟାଳୟ ସାହିତ୍ୟିକ ପ୍ରତିଯୋଗିତା ପଣ୍ଡିତ ନୀଳକଣ୍ଠ ଦାସ ସ୍ମାରକୀ ବକୃତା ଓ ରଚନା, ଅନଙ୍ଗ ମଞ୍ଜରୀ ସ୍ମାରକୀ ରଚନା, କୁଳପତି ଟ୍ରଫି ସହିତ ଆନ୍ତଃ ବିଭାଗୀୟ ଇରାଜୀ ଏବଂ ଓଡ଼ିଆ ବକୃତା, ଏକ ମିନଟ ବକୃତା ଆଦିରେ ଉତ୍କର୍ଷତା ସହ ସଫଳ ହେବା ସହ ଆନ୍ତଃ ମହାବିଦ୍ୟାଳୟ ଓଡ଼ିଆ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ୱବିଦ୍ୟାଳୟ ପୁରସ୍କାର ୨0୨୬ ବିଜୟୀ ହୋଇଛନ୍ତି l ପ୍ରକାଶ ଥାଉକି ସ୍ବସ୍ତି ସୁନ୍ଦର ଜଣେ ସାଂସ୍କୃତିକ ମଞ୍ଚ ଉପସ୍ଥାପକ, ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାବେ ଜଣାଶୁଣା l କାର୍ଯ୍ୟକ୍ରମ ଶେଷରେ ଡ଼ଃ ଶଙ୍କର୍ଷଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l