April 21, 2025

+୨ କଳା ପରୀକ୍ଷା ଆରମ୍ଭ , ୪ଟି କେନ୍ଦ୍ରରେ ୧୦୮୨ ପରୀକ୍ଷାର୍ଥୀ…

Share

ବୁଗୁଡ଼ା :  ଆଜି +୨ କଳା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି । ବୁଗୁଡ଼ା ପିପୁଲ୍ସ କଲେଜ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଆତ୍ମ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ୪୧୫ ଜଣ ଓ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ୨୧୨ ଜଣ , ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ କୈଳାସ ଚନ୍ଦ୍ର ସେନାପତିଙ୍କ ତତ୍ତ୍ବାବଧାନରେ ୩୨୧ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଅନୁପ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ୧୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ପିପୁଲ୍ସ କଲେଜ କେନ୍ଦ୍ରରେ ପିପୁଲ୍ସ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବାଲିପଦରସ୍ଥ ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କପିକୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ୪ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସମ୍ପନ୍ନ ହୋଇଥିବା ଜଣାଯାଇଛି ।