April 28, 2026

ଭାରତୀୟ ଜନତା ପାର୍ଟି ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ପ୍ରମୁଖ କାର୍ଯ୍ୟକର୍ତା ସମିଳନୀ..

8u
Share

ବୋଲଗଡ଼,ଭାରତୀୟ ଜନତା ପାର୍ଟି ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ପ୍ରମୁଖ କାର୍ଯ୍ୟକର୍ତା ସମିଳନୀ ବେଗୁନିଆ ତହସିଲ ରୋଡ ଠାରେ ନିର୍ବାଚନୀ ମଣ୍ଡଳୀ ର ୪୦ ଟି ପଞ୍ଚାଯତ ର ପ୍ରମୁଖ କାର୍ଯ୍ୟକର୍ତା ଙ୍କ ସମିଳନୀ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ନିର୍ବାଚନୀ ମଣ୍ଡଳୀ ର ପ୍ରତ୍ୟକ ବୁଥ ରେ ଭାରତୀୟ ଜନତା ପାର୍ଟି ସଂଗଠନ ସ୍ତିତି ମଜବୂତ କରିବା ପାଇଁ ସଂକଳ୍ପ ନେବା ସହିତ
ଏହି ବୈଠକ ରେ ପ୍ରଭାରୀ ସୁବାଷ ମିଶ୍ର ବକ୍ତ୍ୟବରେ କହିଥିଲେ। ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଧାନ ସଭା ପ୍ରାଥୀ ନିମନ୍ତେ ଅଞ୍ଚଳ ଦକ୍ଷ କାର୍ଯ୍ୟ କର୍ତା ଙ୍କୁ ସୁଯୋଗ ଦେବାପାଇଁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବ ସର୍ବ ସଂମତି କ୍ରମେ ଗୃହୀତ ହୋଇଥିଲା।
ଶ୍ରମିକ ନେତା ଅକ୍ଷୟ ରାଉତରାୟ ଦୃଢତାର ସହ କହିଥିଲେ ଆମ ଅଞ୍ଚଳ ର ସମସ୍ତ କାର୍ଯ୍ୟକର୍ତା ଏକ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ହାତ ମୁଠାକୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ। ଶତାଧିକ କାର୍ଯ୍ୟ କର୍ତା ଭାରତମାତା ଜୟ କହି ସଂକଲ୍ପ ନେଇଥିଲେ ,ଉକ୍ତ ସଭାରେ ମଧ୍ୟ ବେଗୁନିଆ ରୁ –ଉତର ବେଗୁନିଆ ରୁ ଦକ୍ଷିଣ ବେଗୁନିଆ ରୁ ବୋଲଗଡ଼ ବ୍ଲକ ର ୩ ଗୋଟି ମଣ୍ଡଳ ର ସଂଯୋଜକ ଯୋଗ ଦେଇଥିଲେ।
ପ୍ରତ୍ୟକ ପଞ୍ଚାଯତ ର ପ୍ରମୁଖ କାର୍ଯ୍ୟ କର୍ତା ସମସ୍ତେ ସମସ୍ତ ଙ୍କ ମତ ରଖିଥିଲେ ଆଗାମୀ ନିର୍ବାଚନୀ 2024 ରେ ଭାରତୀୟ ଜନତା ପାର୍ଟି ବେଗୁନିଆ ବୋଲଗଡ଼ ରେ ବିପୁଳ ସଂଖ୍ୟା ରେ ବିଜୟ ଲାଭ କରିବ. ବରିଷ୍ଠ କାର୍ଯ୍ୟକର୍ତା ସଞ୍ଜୟ ଛୁଅଁଳସିଂ ଓ ଧୁରବ ବାହିନୀପତି ମତ ରଖିଥିଲେ ଯେ ଆମ ଅଂଚଳ ରେ ଭୋଟର ମାନେ ପ୍ରସ୍ତୁତ ବିଜେପି
କାର୍ଯ୍ୟ କର୍ତା ମଧ୍ୟ ପ୍ରସ୍ତୁତ ବୋଲି ମତ ରଖିଥିଲେ.ଶେଷରେ ବୋଲଗଡ଼ ମଣ୍ଡଳ ସଭାପତି ଧନ୍ୟବାଦ ରେ ଦଳ ମଜବୁତ ପାଇଁ ନିବେଦନ କରି ସଭା ସାଙ୍ଗ କରିଥିଲେ

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

You may have missed