March 11, 2026

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ୧୯୯୮-୨୦୦୨ ପୁରାତନ ଛାତ୍ରଛାତ୍ରୀମାନଙ୍କ ଅଧିବେଶନ …

b6
Share

 

ଗୁଣୁପୁର- ୧୭.୨.୨୦୨୪- ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଅଧିବେଶନ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି . ବିଶ୍ଵବିଦ୍ୟାଳୟର ୧୯୯୮-୨୦୦୨ ବର୍ଷ ଅଧୟନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା . ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ବିଶ୍ୱବିଦ୍ୟାଳୟ ଉର୍ନ୍ନତି ଓ ପ୍ରଚାର ପ୍ରସାର ରେ ସେମାନଙ୍କ ଭୂମିକା ବିଷୟ କହିଥିଲେ .ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ଦେଶ ତଥା ବିଦେଶରେ ପ୍ରତିଷ୍ଠିତ କମ୍ପାନୀ ମାନଙ୍କରେ କାର୍ଯ୍ୟରତ କରୁଥିବାରୁ ନିଜକୁ ଗର୍ବିତ ବୋଲି କହିଥିଲେ . ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ ଏନ ଭି ଜଗନ୍ନାଧା ରାଓ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଦିଗରେ କ୍ରମାଗତ ଉର୍ନ୍ନତି ଓ ସଫଳତା ବିଷୟରେ କହିବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ଅଧୟନରତ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ପାଇଁ କହିଥିଲେ . ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ମଞ୍ଚାସିନ ରହି ବିଶ୍ୱବିଦ୍ୟାଳୟର ଉର୍ନତି ମୂଳକ କାଯ୍ୟକ୍ରମରେ ସହଯୋଗ କାମନା କରିଥିଲେ .ସ୍କୁଲ ଅଫ ଇଂଜିନିରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ଼ ଏ ବି ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ପ୍ରଫେସର ଡ଼ କାଳିଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ .ପରିଶେଷରେ ସମସ୍ତ ଉପସ୍ଥିତ ଛାତ୍ର ଛାତ୍ରୀ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ .ଏହି ଅଧିବେଶନ କୁ ଆଲୁମିନି ଅଫିସର ସରିତା ରାଣୀ ଶତପଥୀ ଓ ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ .(ସୁରେନ୍ଦ୍ର ମହାନ୍ତି )

You may have missed