April 27, 2026

ଗୋ-ମାଫିଆ ଠିକଣାରେ ପୁଲିସର ରେଡ : ଚଢ଼ାଉରେ ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ*

IMG-20260117-WA0023
Share

 

ଭଦ୍ରକରେ ବେଆଇନ ଗୋ-ଚାଲାଣ ଅଭିଯୋଗରେ ରେଡ । ପୁରୁଣା ବଜାର ଥାନା ଶେଖ ରାଜନଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସ ଚଢ଼ାଉ କରିଛି । ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ ହୋଇଛି।

 

 

ଭଦ୍ରକରେ ବେଆଇନ ଗୋ-ଚାଲାଣ ଅଭିଯୋଗରେ ରେଡ । ପୁରୁଣା ବଜାର ଥାନା ଶେଖ ରାଜନଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସ ଚଢ଼ାଉ କରିଛି । ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ ହୋଇଛି। ଶେଖ ରାଜନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ । ଦୀର୍ଘ ଦିନ ଧରି ପୁଲିସ ନଜରରେ ମୋଷ୍ଟ ୱାଣ୍ଟେଡ ଥିବା ଏହି ମାଫିଆ ଶେଖ ରାଜନ ଘରୁ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ସହ ସୁନା ଗହଣା ଜବତ ହୋଇଛି ।

 

ଏବେବି ରେଡ ଜାରି ରହିଛି । ମାଫିଆ ଶେଖ ରାଜନଙ୍କ ବିଭିନ୍ନ ଜିଲ୍ଲାରେ ପାଞ୍ଚଟି ସ୍ଥାନରେ ରେଡ ଚାଲିଥିବା ବେଳେ ଭଦ୍ରକ ଘରୁ ରାଜନଙ୍କ ଦୁଇଟି ସ୍କୋର୍ପିଓ ଜବତ ହୋଇଛି। ଏହାସହ ବାଇପାସ ସ୍ଥିତ କୋଶମ ବଜାରରେ ବି ପୁଲିସର ରେଡ ଚାଲିଛି। କେନ୍ଦୁଝର ପୁଲିସର ୪୭ଟି ଟିମ ଦ୍ଵାରା ରାଜ୍ୟର ୫ଟି ଜିଲାରେ ଗୋମାଫିଆଙ୍କ ଉପରେ ଚଢ଼ାଉ କରାଯାଇଛି। କେନ୍ଦୁଝର, ଭଦ୍ରକ, ଭୁବନେଶ୍ବର, ମୟୂରଭଞ୍ଜ, ଏଵଂ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।