April 26, 2026

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନଭଣ୍ଡାର ରତ୍ନ ଗଣତିମଣତି ଏସ୍‌ଓପିକୁ ମିଳିପାରେ ମଞ୍ଜୁରି

IMG-20260117-WA0014
Share

ଆଜି  ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ଏସ୍ଓପିକୁ ମଞ୍ଜୁରି ମିଳିପାରେ ।

ସେହିପରି ରତ୍ନଭଣ୍ଡାର ଦ୍ୱାର ରୁପା ଓ ସୁନା ଛାଉଣି, ଗୁରୁକୁଳ ସୋସାଇଟି ଗଠନ, ଶୃଙ୍ଖଳିତ ନୀତି ପରିଚାଳନା ଓ ଦର୍ଶନ ବ୍ୟବସ୍ଥା, ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ଉନ୍ନତୀକରଣ କାର୍ଯ୍ୟ, ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ପ୍ରଭୃତି ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପିଙ୍କ ସମେତ କମିଟିର ସଦସ୍ୟମାନେ ଯୋଗଦେବେ