ଆଜିର ଖବର..
୧-ଭୁବନେଶ୍ୱର:୧୦ ଡିଗ୍ରୀ କଲେଜରେ ଶୂନ୍ୟ ନାମ ଲେଖା, ସମସ୍ତ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ।
୨-ଭୁବନେଶ୍ୱର:୫ମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ,୨୦୨୬-୨୭ ଶିକ୍ଷା ବର୍ଷରୁ ନୂତନ ପାଠ୍ୟପୁସ୍ତକ ହେବ ପ୍ରଚଳନ।
୩-ଭୁବନେଶ୍ୱର:ବଢ଼ିଲା ସିଜିଏଲ୍ ଆବେଦନ ଅବଧି,୨୮ ଯାଏଁ ହେବ ଅନଲାଇନ୍ ପଞ୍ଜିକରଣ।
୪-କେନ୍ଦ୍ରାପଡ଼ାର ଗୁଆଳିସିଂରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ,ଉଭୟ ଗୋଷ୍ଠୀର ୬ ଜଣ ଛାତ୍ର ଆହତ।
୫-ବଢିଲା ନିଶାଙ୍କ ଅଡୁଆ,ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ।ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ନିଶା।
୬-ପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରଖିବା ଘଟଣା; ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ଏତଲା।
୭-କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଅଭିଯୁକ୍ତ ବିନ୍ଦୁ ସାଗର ଗିରଫ, କୋର୍ଟ ଚାଲାଣ।
୮-ବେଗୁନିଆ:ପୁଣି ଜୀବନ ନେଲା ପ୍ୟାକେଟ ଫୁଡ୍; ଚିପ୍ସ ପ୍ୟାକେଟରେ ଥିବା ଖେଳନା ପାଇଁ ଚାଲିଗଲା ଶିଶୁର ଜୀବନ।
୯-ବ୍ରହ୍ମପୁର:ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘରେ ଇଡି ରେଡ୍ ,ଏକକାଳୀନ ୨ଟି ସ୍ଥାନରେ ୫ ଜଣିଆ ଟିମର ଚଢାଉ ଜାରି।
୧୦-ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର।ନଦୀ କୂଳିଆ ଲୋକଙ୍କୁ ପ୍ରବେଶ ଉପରେ ବାରଣ।
୧୧-ଧଉଳି ଗଣ ଦୁଷ୍କର୍ମ ମାମଲାରେ ଫେରାର ଅଭିଯୁ଼କ୍ତ ସାଗର ଜେନା ଗିରଫ; କ୍ରାଇମ୍ ସ୍ପଟ୍ ନିଆଯାଇ ଟିଆଇ ପରେଡ କରିବ କମିଶନରେଟ ପୋଲିସ।
୧୨-ନରସିଂହପୁର: ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଅଲେଖ ଚନ୍ଦ୍ର ବେହେରାଙ୍କ ପରଲୋକ,ଶୋକ ପ୍ରକାଶ କଲେ ଅଞ୍ଚଳବାସୀ।
୧୩-ଯାଜପୁର:ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ।
୧୪-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁ:ଆଠମାସ ହେଲା ସ୍ୱାମୀ ନିଖୋଜ, ପୋଲିସ ନିଷ୍କ୍ରିୟତାରେ ସରକାରଙ୍କୁ ଗୁହାରି ହେଲେ ମହିଳା।
୧୫-ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ବିରୋଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର।୨୪୨ଟି ବେଟିଂ ୱେବସାଇଟ ବ୍ଲକ କରିଛନ୍ତି ସରକାର।
୧୬-ତାମିଲନାଡ଼ୁରେ ବିବାଦୀୟ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ଆରମ୍ଭ, ଏଥର ପ୍ରତିଯୋଗିତାରେ ୧୧୦୦ ଷଣ୍ଢ।
୧୭-ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀ ଆଶଙ୍କାରେ। ବୈଷୟିକ ତ୍ରୁଟି ପାଇଁ ଧୀମାଗତିରେ ଚାଲୁଛି OSSC ୱେବସାଇଟ୍। ଆବେଦନ କରିପାରୁ ନାହାଁନ୍ତି କି ଆବେଦନ ପତ୍ରକୁ ସଂଶୋଧନ ବି କରିପାରୁନାହାନ୍ତି।
୧୮-ଆଇ-ପ୍ୟାକ୍ କାର୍ଯ୍ୟାଳୟରେ ଇଡି ଚଢ଼ଉ ପ୍ରସଙ୍ଗ: ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ।
୧୯-ନବୀନଙ୍କୁ ଭେଟିଲେ ଅଖିଳେଶ ଯାଦବ, କହିଲେ- ଆମେ ଦୁହେଁ ବିଜେପି ବିରୋଧରେ ଲଢୁଛୁ।
୨୦-ବିଜେପି ସଭାପତି ପାଇଁ ୧୯ରେ ନାମାଙ୍କନ : ନୀତିନ ନବୀନ ହୋଇପାରନ୍ତି ପୂର୍ଣ୍ଣକାଳୀନ ସଭାପତି।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
