ହାଟଡିହି ପ୍ରେସ୍ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ହାଟଡିହି, କେନ୍ଦୁଝର ଜିଲା ହାଟଡିହି ବ୍ଲକ ର ହାଟଡିହି ପ୍ରେସ୍ କ୍ଳବ ପକ୍ଷରୁ ଅଣା ମଠ ରେ ଜାତୀୟ ପ୍ରେସ ଦିବସପାଳନ କରା ଯାଇଛି। ଏଥିରେ ହାଟଡିହି ପ୍ରେସ କ୍ଲବ ର ସଭାପତି ଗୋପାଳ କୃଷ୍ଣ ରାଉତ ଙ୍କ ସଭାପତିତ୍ଵ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର ବେହେରା, ବିଭୁତି ଭୂଷଣ ଜେନା, ଅନନ୍ତ ପହି, ନିରାକାର ପରିଡା, ଅମୀୟ ରଞ୍ଜନ ବରାଳ,ରଞନ କୁମାର ଭୁୟାଁ . ଅଭିମନ୍ୟୁ ଜେନା, ମନମୋହନ ନାୟକ, ଶୁଭକାନ୍ତ ନାୟକ, ପଙ୍କଜ ସାବତ୍, ଦୁର୍ଗା ପ୍ରସାଦ ଆୟଚ ଆଦି ସାମାଦିକ ମାନେ ଯୋଗ ଦେଇ ଜାତୀୟ ପ୍ରେସ୍ ଦିବସ ଅବସରରେ ନିଜ ନିଜର ମତ ପ୍ରଦାନ କରିଥିଲେ । ସକାରମୁକ ଓ ତଥ୍ୟ ଭିତିକ ଖବର ପ୍ରକାଶ କରିବା ସହିତ ନିର୍ଭିକତା ହେବା କୁ ସଭାପତି ଆହ୍ଵାନ ଦେଇଥିଲେ । ଏହି ଅବସରରେ ହାଟଡିହି ଅଂଚଳରେ ହାଟଡିହି ମହୋତ୍ସବ କରା ଯିବା ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ବୁଦ୍ଧିଜିବି ,ଶିକ୍ଷାବିତ୍, ବରିଷ୍ଠ ନାଗରିକ, ଯୁବକ ଏବଂ ତିନି ପ୍ରମୁଖ ରାଜନୈତିକ ଦଳ ର ନେତ୍ର ବୃନ୍ଦ ଙ୍କ ସହ ଆଲୋଚନା କରାଯାଇ ହାଟଡିହି ମହୋତ୍ସବ କରାଯିବା କୁ ପ୍ରୟାସ କରାଯାଇଛି । ଏଥିରେ ସମସ୍ତ ରାଜନୈତିକ ଦଳର ନେତୃ ବୃନ୍ଦ ସହମତି ଦେଇଥିବାବେଳେ ବୁଦ୍ଧିଜିବି ମହଲରେ ମଧ୍ୟ ଏହାକୁ ସାଗତ କରାଯାଇଛି। ଆଗାମି ଦିନରେ ଏ ଅଂଚଳର ପ୍ରତି ପଚଂୟତ ରୁ ଯୁବକ, ବୃଦ୍ଧିଜିବି, ରାଜନୈତିକ ଦଳ ର ନେତ୍ର ବୃନ୍ଦ ମାନଙ୍କୁ ନେଇ ଆଲୋଚନା କରାଯାଇଥିବା ବେଳେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଆଲୋଚନା ହୋଇଥିଲା
