November 18, 2026

ଭୁଜାଲି ଦେଖାଇ ମୋବାଇଲ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ, ୨ ଗିରଫ

IMG-20261118-WA0028
Share

।କୁଜଙ୍ଗ , ୧୭/୧୧ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ଭୁଜାଲି ଦେଖାଇ ଜଣେ ଯୁବକଙ୍କଠାରୁ ମୋବାଇଲ ଫୋନ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି କୁଜଙ୍ଗ ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ଲୁଟ୍‌ ମୋବାଇଲ, ଭୁଜାଲି ଏବଂ ଲୁଟ୍‌ରେ ବ୍ୟବହୃତ ବାଇକ୍‌ କୁ ଜବତ କରିଛି କୁଜଙ୍ଗ ପୋଲିସ । ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ମଙ୍ଗଳବାର ଅଦାଲତ ଚାଲାଣ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଗଣ୍ଡକୀପୁର ଗ୍ରାମର ହରେକୃଷ୍ଣ ମଲ୍ଲିକଙ୍କ ପୁଅ ବଳବନ୍ତ ମଲ୍ଲିକ (୨୧) ଗତ ୧୬ ତାରିଖ ଦିନ ନଳବନ୍ଧା ରାସ୍ତାର ୧୬ ନମ୍ବର ଛକ ନିକଟରେ ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ପରେ ଭୁଜାଲି ଦେଖାଇ ଭୟଭୀତ କରିବା ସହ ତାଙ୍କ ନିକଟରୁ ଏକ ମୋଟ୍ରୋଓ୍ୱାଲା ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ଏନେଇ ବଳବନ୍ତ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ଥାନା କେସ୍ ନଂ ୨୯୩/ ୧୬/୧୧/ ୨୦୨୬,ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୯(୬) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫/୨୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।ମାମଲାର ତଦନ୍ତ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିଥିଲା । ସେମାନେ ହେଲେ ବଳରାମପୁର ଗ୍ରାମର ପ୍ରମୋଦ ଗୁରୁଙ୍କ ପୁଅ ଧନା ଓରଫ କଖାରୁ ଓରଫ ସତ୍ୟପ୍ରକାଶ ଗୁରୁ (୨୬) ଏବଂ କୋଠିଆସାହି ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ବବୁଲ ଓରଫ ମାନସ କୁମାର ସାହୁ (୨୧)। ଅଭିଯୁକ୍ତଦ୍ୱୟଙ୍କ ନିକଟରୁ ଗୋଟିଏ ଭୁଜାଲି, ଓଡି-୨୧ ପି-୩୦୦୫ ନମ୍ବର ବିଶିଷ୍ଟ ବଜାଜ ପଲସର ବାଇକ୍‌ ଏବଂ ଲୁଟ୍‌ ହୋଇଥିବା ମୋଟ୍ରୋଓ୍ୱାଲା ଜି-୯୬ ମୋବାଇଲ ଫୋନ୍‌ ଜବତ କରା ଯାଇଛି । ଉଭୟ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।