November 18, 2026

ଶିଶୁଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

IMG-20261116-WA0071
Share

ଗଜପତି: ଶିଶୁଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଲସା) ପକ୍ଷରୁ ଆଜି ପୂର୍ବାହ୍ନ ସମୟରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟର ଠାରେ ଶିଶୁଙ୍କ ସୁରକ୍ଷା, ଅଧିକାର ଓ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମଟି ‘ସୁରକ୍ଷିତ ବଚପନ ଅଭିଯାନ’ ଅନ୍ତର୍ଗତରେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିବସରେ ଆୟୋଜିତ ହୋଇଥିଲା। ଏହା ଏକ ସର୍ବଭାରତୀୟ ବିଦ୍ୟାଳୟ ସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକସୋ ଆଇନ) ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସମାଜକୁ ସଚେତନ କରିବା।ଏଥିସହିତ ଜାତୀୟ ଆଇନସେବା ପ୍ରାଧିକରଣ (ନାଲସା) ପକ୍ଷରୁ ପ୍ରଣୀତ ‘ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ’ ଅଧୀନରେ ୧୦୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ଏବଂ ନାଲସା ର ଆଶା ( ଆୱାର୍ନେସ , ସପୋର୍ଟ , ହେଲ୍ପ ଏଣ୍ଡ ଏକ୍ସନ୍) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର,୨୦୨୫ ସମ୍ପର୍କରେ ମଧ୍ୟ ଆଲୋକପାତ କରା ଯାଇଥିଲା। ଏହା ସହିତ ଶିଶୁ ଦିବସ–୨୦୨୬ ଅବସରରେ ନାଲସା ପକ୍ଷରୁ ଆୟୋଜିତ ‘ଡିଏଡବ୍ଲ୍ୟୁଏନ୍ ଫୋର୍ଟନାଇଟ ଆୱାରନେସ୍ କେମ୍ପେନ୍ ଫର୍ ଚିଲ୍ଡରେନ’ ସମ୍ପର୍କରେ ମଧ୍ୟ ସଚେତନ କରା ଯାଇଥିଲା।ଏହି ଅବସରରେ ଉପସ୍ଥିତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଶିଶୁମାନଙ୍କ ଅଧିକାର, ସୁରକ୍ଷା, ଯୌନ ଶୋଷଣରୁ ରକ୍ଷା, ବାଲ୍ୟ ବିବାହର କୁପରିଣାମ ଏବଂ ଏ ସମ୍ପର୍କରେ ଆଇନଗତ ବ୍ୟବସ୍ଥା ଓ ସହାୟତା ପାଇବାର ପ୍ରକ୍ରିୟା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସଚେତନ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟତଃ ଉପସ୍ଥିତ ଥିଲେ ଡ. ଜୀବନଜ୍ୟୋତି ରଥ, ବିଚାରପତି, ପରିବାର ଅଦାଲତ, ଗଜପତି; ଶ୍ରୀ ସତ୍ୟନାରାୟଣ ପାତ୍ର, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ ଅଦାଲତର ବିଚାରପତି; ଶ୍ରୀ ବିମଳ ରାଉଳ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି; ଶ୍ରୀ ସତ୍ୟବ୍ରତ ରଣା, ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ଗଜପତି; ଶ୍ରୀ ନିରଞ୍ଜନ ବେହେରା, ଏସ୍‌ଜେପିୟୁ, ଡିଏସ୍‌ପି, ପାରଳାଖେମୁଣ୍ଡି; ଶ୍ରୀ ରାଜେଶ କୁମାର ମିଶ୍ର, ସରକାରୀ ଓକିଲ (ପିପି), ଜିଲ୍ଲା ଅଦାଲତ, ଗଜପତି; ଶ୍ରୀ ଗୌରହରି ପଟ୍ଟନାୟକ ଓ ସୁଶ୍ରୀ ଗୌରୀ ଦେବୀ, ଆଇନଜୀବୀ; ଶ୍ରୀମତୀ ଗୀତାଞ୍ଜଳି ଦାସ, ପ୍ରଧାନ ଶିକ୍ଷୟିତ୍ରୀ, ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟର, ପାରଳାଖେମୁଣ୍ଡି ଏବଂ ଶ୍ରୀମତୀ ମଧୁସ୍ମିତା ପାଢ଼ୀ, କାଉନସେଲର, ଓଏସ୍‌ସି, ପାରଳାଖେମୁଣ୍ଡି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ଭୟମୁକ୍ତ ଓ ଶୋଷଣମୁକ୍ତ ପରିବେଶ ଗଠନ କରିବା ସହିତ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ଦିଗରେ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରିର ଆହ୍ୱାନ କରାଯାଇଥିଲା।ଶିଶୁଙ୍କ ସୁରକ୍ଷା, ଶିଶୁଙ୍କ ଅଧିକାର ଓ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ। ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)