April 26, 2026

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

IMG-20251116-WA0033
Share

 

ପାରଳାଖେମୁଣ୍ଡି(ଗରୁଡ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଅଛି।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଜପତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ଜିଲ୍ଲାର ଅପହଞ୍ଚ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖବର ସଂଗ୍ରହ କରି ପ୍ରସାର ପ୍ରଚାର କରି ସମସ୍ତ କ୍ଷେତ୍ରରେ ଆଗକୁ ନେବାରେ ସଫଳ କରୁଛନ୍ତି।ଯେଉଁଭଳି ଭାବରେ ଖରା,ବର୍ଷା ଓ ଶୀତକୁ ଖାତିର୍ ନକରି ନିଜର କର୍ତ୍ତବ୍ୟ ନିଷ୍ଠା ସହିତ ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ, ସେହିପରି ପ୍ରଶାସନକୁ ପ୍ରତି ସମୟରେ ସହଯୋଗ କରୁଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଏହି ଉପଲକ୍ଷେ “ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତା ସଂରକ୍ଷଣ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନ୍ନାଗା ଗଜପତି କହିଥିଲେ ସମାଜ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ,ତୃଣମୂଳ ସ୍ତରରୁ ଲୋକଙ୍କର ବିଭିନ୍ନ ସମସ୍ୟାର ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଅଛି ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ଧ୍ଵଜ ଚୌଧୁରୀ, ଶ୍ରୀ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଶ୍ରୀ ଡିଜେନ୍ଦ୍ର ନାଥ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ରୂପେଶ କୁମାର ସାହୁ ସାମ୍ବାଦିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମସ୍ତ ପରିଚାଳନା କରିଥିବା ବେଳେ ବିଭାଗର ବରିଷ୍ଠ କର୍ମଚାରୀ ଅପରାନନ୍ଧ ଆନନ୍ଦ ଓ ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ।