June 21, 2026

ପ୍ରାଣନାଥ ପଟ୍ଟନାୟକ ଥିଲେ ଥିଲେ ଆଜିବନ ବିପ୍ଳବୀ ଜଟଣୀରେ ପ୍ରାଣନାଥଙ୍କ ୧୧୯ତମ ଜୟନ୍ତୀ ପାଳିତ ଜଟଣୀ..

IMG-20241116-WA0075
Share

 

 

ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର)ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତକ ଚାଷୀ ମୁଲିଆଙ୍କ ସଂଗ୍ରାମୀ ସାଥୀ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ ଆଜି ସକାଳେ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତସ୍ବର୍ଗତ ପ୍ରାଣନାଥଙ୍କ ଭଳି ନିର୍ଭିକ ଓ ସ୍ବାଭିମାନର ସହ ସମାଜର ଗରିବ ଅବହେଳିତ, ନିଷ୍ପେସିତ, ନିସହାୟ, ଅସହାୟଲୋକ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଚେୟାରମ୍ୟାନ ଅବନୀ ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝରଣା ସ୍ବାଇଁ, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ପୁର୍ବତନ ସରପଂଚ ଦିବାକର ମଙ୍ଗରାଜ, ଶ୍ରମିକ ନେତା ସାରଙ୍ଗଧର ବେହେରା, ବରିଷ୍ଠ ନାଗରିକ ମଂଚ ସଭାପତି ଭକ୍ତବନ୍ଧୁ ଚୌଧୁରୀ,ରବିନ୍ଦ୍ର ପ୍ରସାଦ ମିଶ୍ର, ଯୁବ ସଂଗଠକ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ,ସୁଶାନ୍ତ କୁମାର ରାଉତ, ବୈଷ୍ଣବ ଚରଣ ବରାଳ, ସାମ୍ବାଦିକ ନିଳାସର ମିଶ୍ର, ଧୂରେନ ପ୍ରତିହାରୀ, ସଞ୍ଜୀବ କୁମାର, ସୁବ୍ରତ କୁମାର ନାୟକ, ବରିଷ୍ଠ ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ରୋଜିସ୍ମିତା ଦାସ, ମରିୟମ ସିଦ୍ଦିକା, ମଧୁଛନ୍ଦା ଭଗତ,ଲକ୍ଷ୍ମୀପ୍ରିୟା ଛୋଟରାୟ, ସଞ୍ଜୟ ପ୍ରଧାନ, ହରିଶ୍ଚନ୍ଦ୍ର ସାହୁ, ନୁତନ ନାୟକ,ସୁଜାତା ସାହୁ, ଗୀତାଞ୍ଜଳୀ ସାହୁ, ଲକ୍ଷ୍ମୀ ମହାରଣା, କମଳା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରାଣନାଥଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।