June 21, 2026

ସାମ୍ବାଦିକ ଦ୍ବିଜେନ୍ଦ୍ର ନାଥ ପାଢ଼ୀଙ୍କୁ କାଶୀନଗର ମିଡ଼ିଆ କ୍ଲବ ତରଫରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ.

IMG-20241116-WA0072
Share

 

 

କାଶୀନଗର (ଅନନ୍ତ ଆପଟ )

ତା 16/11/24

କାଶୀନଗର ମିଡ଼ିଆ କ୍ଲବ ତରଫରୁ ଜାତୀୟ ସାମ୍ବାଦିକ ଦିବସ ଉପଲକ୍ଷେ ସ୍ଥାନୀୟ ବ୍ଲକ ସଦଭାବନା ଗୃହ ମଧ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ,ଉପାଧ୍ୟକ୍ଷ ରଘୁରାମ ସାହୁ, ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ସିଡ଼ିପିଓ କନକ ଲତା ପୂଜାରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ୱାର୍ଡ କାଉନସିଲର କେ ରାମା ରାଓ, ବରିଷ୍ଠ ରାଜନେତା ପ୍ରଦୀପ ନାୟକ ଯୋଗ ଦେଇ ସାମ୍ବାଦିକତା ବିଷୟରେ ବକ୍ତବ୍ୟ ରଖି ଜାତୀୟ ସାମ୍ବାଦିକ ଦିବସ ପାଳନର ଆବଶ୍ୟକତା ବିଷୟରେ କହିଥିଲେ. ଗଜପତି ଜିଲ୍ଲା ରେ ସାମ୍ବାଦିକତା କ୍ଷେତ୍ରରେ ଜୀବନ ବ୍ୟାପି ସାମ୍ବାଦିକତା କରି ବିଭିନ୍ନ ସମୟରେ ସରକାରୀ ସ୍ତରରେ ବହୁ ସୁନାମ ଅର୍ଜନ କରି ଏହାର ଆବଶ୍ୟକତାକୁ ସମସ୍ତ ଙ୍କ ସମ୍ମୁଖରେ ପ୍ରତିପାଦନ କରିଥିବାରୁ

ବରିଷ୍ଠ ସାମ୍ବାଦିକ ଦ୍ବିଜେନ୍ଦ୍ର ନାଥ ପାଢ଼ୀ ଙ୍କୁ କାଶୀନଗର ମିଡ଼ିଆ କ୍ଲବ ତରଫରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ଉପସ୍ଥିତ ଅତିଥିଙ୍କ ପରିଚୟ ଦେଇ ସ୍ୱାଗତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ପରିଚାଳନା କରିଥିଲେ ଓ ସମ୍ପାଦକ ରବୀନ୍ଦ୍ର ନାଥ ମଲ୍ଲିକ ସମସ୍ତ ଉପସ୍ଥିତ ସଦସ୍ୟ, ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମରେ ମେଡ଼ିଆ କ୍ଳବର ସମସ୍ତ ସାମ୍ବାଦିକ ଯୋଗ ଦେଇ ସହଯୋଗ କରିଥିବା ବେଳେ କାଶୀନଗର ର ବିଭିନ୍ନ ବିଦ୍ୟାଳୟର ଅଧ୍ୟୟନ କରୁଥିବା ଆଦର୍ଶ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା.