ପ୍ରଧାନଶିକ୍ଷକ ସ୍ବର୍ଗତ ଲକ୍ଷ୍ମୀଧର ତ୍ରିପାଠୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ତ୍ରିପାଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବତ ବିଶ୍ବମ୍ବର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାହିତ୍ୟିକ ତଥା ପୋଲିସ ବିଭାଗର ପ୍ରାକ୍ତନ ଅଧିକାରୀ ଶ୍ରୀଯୁକ୍ତ ରାଜକିଶୋର ଦାସ,ସମ୍ମାନିତ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଅଧିବକ୍ତା ପ୍ରଦୀପ କୁମାର ଦାସ,ମଞ୍ଜୁଲତା ମିଶ୍ର ,ଧର୍ମପଦ ପଲାଇ, ରମେଶ ଚନ୍ଦ୍ର ପଣ୍ଡା ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଲକ୍ଷ୍ମୀଧର ତ୍ରିପାଠୀ ଙ୍କ ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ ଜିବନାଦର୍ଷ, ଓ ଉତ୍ତମ ମାନର ଶିକ୍ଷାଦାନ ଶୈଳୀ ଉପରେ ଆଲୋକପାତ କରିଥିଲେ।
ସଭାରେ ସମରସତା ପ୍ରତିଷ୍ଠା ,ସମାଜ ସଂସ୍କାର ତଥା ସାଂସ୍କୃତିକ ପରମ୍ପରା ର ଅନୂପାଳନ କୁ ନେଇ ତାଙ୍କର ବହୁମୁଖୀ କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ମହାନ ପ୍ରତିଭା ଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ହେଉଛି ମହାପ୍ରଭୁ ଅଲାରନାଥ ଙ୍କ ଅନବସର ଉତ୍ସବ ର ବିଶେଷ ସମ୍ବୃଢି ।
ଏହି ସ୍ମୃତି ଚାରଣ ସଭାରେ ପୁରୀ ଜିଲ୍ଲା ତଥା ବାହାର ଜିଲ୍ଲାରୁ ଜେଉଁ ବ୍ୟକ୍ତି ମାନେ ବକ୍ତବ୍ୟ ରଖିଥିଲେ ସେମାନ ଙ୍କ ମଧ୍ୟରେ ତରୁଣ କବି ଦାମୋଦର ପରିଡ଼ା,ସୁଶାନ୍ତ କୁମାର ଜେନା, ଦିଲ୍ଲୀପ କୁମାର ବଳିଆର ସିଂହ ତତ୍ତ୍ଵ କବି ଭିକାରୀ ଜେନା, ପ୍ରଫୁଲ୍ଲ ଜେନା,ପ୍ରହଲ୍ଲାଦ ପରିଡ଼ା, ଶିବ ପ୍ରସାଦ ମିଶ୍ର,ବିଜୟ କୁମାର ପଟ୍ଟନାୟକ, ବିଜୟ କୁମାର ସାହୁ,ଭବାନୀ ଶଙ୍କର ଚକ୍ରବର୍ତ୍ତୀ, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ନାୟକ,ଦିବାକର ଦଳାଇ, ଜଟିଆ ପୂଜାରୀ, ପଦ୍ମ ଚରଣ ପରିଡ଼ା,ରବି ନାରାୟଣ ପ୍ରଧାନ, ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଇତ୍ୟାଦି ଗୁରୁ ଙ୍କ ସ୍ମୃତି ଚାରଣ କରିଥିଲେ।
ଏହି ସଭାରେ :ସ୍ମୃତି ଶ୍ରଦ୍ଧାଞ୍ଜଳି :
ନାମକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।
ଏହି ସମସ୍ତ କାର୍ଯ୍ୟ ସୁନ୍ଦର ର ଭାବେ ଆୟୋଜନ କରିଥିଲେ ଗୁରୁଜୀ ଙ୍କ ପ୍ରିୟ ଛାତ୍ର ଅଶୋକ କୁମାର ପରିଡ଼ା ଓ ଆଶିଷ କୁମାର ପରିଡ଼ା ଗୁରୁ ଶ୍ରୀ ରବି ନାରାୟଣ ପ୍ରଧାନ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
