ରୌପ୍ୟ ଜୟନ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନାଚିଲେ ଝୁମିଲେ ଦର୍ଶକ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ l
ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘ ର ମା ଗଜଲକ୍ଷ୍ମୀ ପୂଜାର ରୌପ୍ୟ ଜୟନ୍ତୀ ଉତ୍ସବ ମହାଡ଼ମ୍ବରରେ କରାଯାଇ ପାଞ୍ଚଦିନ କାଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ଦୁର୍ଗାଚରଣ ଖୁଣ୍ଟିଆଙ୍କ ଅଧକ୍ଷତା ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ବିଶିଷ୍ଟ ଅତିଥିମାନେ ଯୋଗଦେବା ସହିତ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ସହିତ ପୁରୀର ବିଶିଷ୍ଟ ଅତିଥିବୃନ୍ଦ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଟୋ ଚାଳକ ସଂଘ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଦୁଇଶହ ରୁ ଉର୍ଦ୍ଧ ବ୍ୟକ୍ତିତ୍ୱଙ୍କୁ ଉପଢୌକନ ମାନପତ୍ର ଦିଆଯାଇ ସମ୍ବୋର୍ଦ୍ଧିତ କରାଯିବା ସହିତ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କୁ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଭାବେ ମନୋନୀତ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା l ରେଲୱେ ଷ୍ଟେସନ ନିକଟରେ କାର୍ଯ୍ୟକ୍ରମ କରାଯାଉଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଅନୁଷ୍ଠାନ ପକ୍ଷରୁ ମାଗଣା ପ୍ରସାଦ ସେବନ କରି ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ର ନାଚଗୀତ କରି ଭରପୁର ଖୁସି ଅନୁଭବ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
