April 28, 2026

ମୋହନାରେ ଦଶହରା ଦୂର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ…

IMG-20240916-WA0037
Share

ମୋହନା– ଗଜପତି ଜିଲ୍ଲା ର ମୋହନା ସଦର ମୋହନା ମୁଖ୍ୟ ବଜାର ମଧ୍ୟରେ ହେବାକୁ ଥିବା ଦୁର୍ଗା ପୂଜା ଦୀର୍ଘ ବର୍ଷ ଧରି ସ୍ଥାନୀୟ ଶ୍ରୀ ନୀଳକଣ୍ଠେଶ୍ଵର ବଣିକ ସଂଘ ପକ୍ଷରୁହୋଇ ଆସୁଛି। ସେହିପରି ଚଳିତ ଥର ମଧ୍ୟ ସ୍ଥାନୀୟ ବଣିକ ସଂଘ ଆଡମ୍ବର ସହ ପୂଜା କରିବା ନିମନ୍ତେ ନିଷ୍ପତ୍ତି ନେଇ ଆଜି ଗ୍ରାମର ସମସ୍ତ ଠାକୁର ଙ୍କୁ ଆବାହନ କରି ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି।ପ୍ରଥମେ ବଣିକ ସଂଘ ସଭା ଗୃହରେ ଏକ ବୈଠକ କରାଯାଇ ବୈଠକ ରେ କିଭଳି ଭାବେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ରେ ହେବ ଆଲୋଚନା କରାଯାଇଥିଲା। ପରେ ମାଁ ମାଣିକେଶ୍ଵରୀ ମନ୍ଦିର ରେ ଢୋଲ ବାଜା ସହ ତାଳ କୀର୍ତ୍ତନ କରି ପୂଜା ଅର୍ଚ୍ଚନା କରାଯାଇଥିଲା। ମାଁ ମାଣିକେଶ୍ଵରୀ ମନ୍ଦିର ରୁ ବାଜା ବଜାଇ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ମନ୍ଦିର ଛକ ନିକଟରେ ହେବାକୁ ଥିବା ଦୁର୍ଗା ମେଢ଼ ନିକଟରେ ପହଞ୍ଚି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବଣିକ ସଂଘ ର ସଭାପତି ମନୋଜ କୁମାର ସାହୁ ଙ୍କ ସହଯୋଗ ରେ ଉପ-ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ହନି ବିଷୋୟୀ, ବିଶିଷ୍ଠ ବ୍ୟବସାୟୀ ଟୁନା ସାହୁ ଙ୍କ ସମେତ ପ୍ରାୟ ୩୦୦ ଶହ ରୁ ଉର୍ଦ୍ଧ ବ୍ୟବସାୟୀ ଉପସ୍ଥିତ ରହିଥିଲେ।